Advertisment

ପୁଣି ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା, ପଞ୍ଚମ ସ୍ଥାନରେ ରହି ମନଜିଣିଲେ ଓଡ଼ିଆ ପୁଅ କିଶୋର ଜେନା

ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର

author-image
Prangyan Parimita
ଅଦ୍ୟତନ ହୋଇଛି
World Athletics Championships

World Athletics Championships

ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଆଉ ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା। ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲରେ ଐତିହାସିକ ସଫଳତା ପାଇଛନ୍ତି ନୀରଜ। ପ୍ରଥମ ଥ୍ରୋ ଫାଉଲରୁ ଆରମ୍ଭ କରିଥିଲେ ବି ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଥିଲେ ନୀରଜ।

Advertisment

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିଥି ପ୍ରଥମ ଭାରତୀୟ ଭାବେ ନୀରଜ ଏହି ବିରଳ ସଫଳତାର ଅଧିକାରୀ ହୋଇପାରିଛନ୍ତି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ ନୀରଜ। ଏବେ ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରା ଦେଶ ଉତ୍ସବମୁଖର ହୋଇଯାଇଛି। କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

Advertisment

ସେପଟେ ବିଶ୍ୱ ଆଥଲେଟିକ୍ସ ଚାମ୍ପଅନସିପରେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଓଡିଆ ପୁଅ କିଶୋର କୁମାର ଜେନା। ପଦକ ପାଇନଥିଲେ ବି ନିରାଶ କରିନାହାଁନ୍ତି। ଦମଦାର ପ୍ରଦର୍ଶନ ସହ ପଂଚମ ସ୍ଥାନରେ ରହିଛନ୍ତି। ନିଜର ପଂଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଫୋପାଡିଛନ୍ତି କିଶୋର।

ପ୍ରଥମ ପ୍ରୟାସରେ କିଶୋର ୭୫.୭୦ ମିଟର ଏବଂ ଦ୍ୱିତୀୟରେ ୮୨.୮୨ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା। ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ। ତାଙ୍କ ତଳକୁ ଅନ୍ୟ ଜଣେ ଭାରତୀୟ ଡିପି ମନୁ ୮୪.୧୪ ମିଟର ଫୋପାଡି ଷଷ୍ଠ ସ୍ଥାନରେ ରହିଥିଲେ।

Neeraj Chopra World Athletics Championships
Advertisment
Advertisment