Advertisment

5T ସଚିବଙ୍କୁ ବିରୋଧ ବେଳେ ଉତ୍ତେଜନା : ପୋଲିସ୍ ଉପସ୍ଥିତିରେ ଖଣ୍ଡଯୁଦ୍ଧ, ୪ ବିଜେପି କର୍ମୀ ଆହତ

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି ।

author-image
Prangyan Parimita
Clash erupts between BJD and BJP workers

Clash erupts between BJD and BJP workers

5-T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ତୃତୀୟ ଦିନରେ ବି ବିରୋଧ । ଆଜି ବି ବିଜେପି କର୍ମୀ ମାନେ 5-T ସଚିବଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୁଞ୍ଜିକୟାଁ ଛକରେ ବିଜେପି କର୍ମୀ ମାନେ ହାତରେ କଳା ପତାକା ଦେଖାଇ ରାସ୍ତାରେ ବିରୋଧ କରିଥିଲେ । ସେହିପରି ଆଜି ସାନଖେମୁଣ୍ଡି ଗସ୍ତ ପୂର୍ବରୁ ବିଜେପି ଜୋରଦାର ବିରୋଧ କରିଛି । ପଟପୁର ଗାନ୍ଧିଛକଠାରେ ବିଜେପି କର୍ମୀ କଳା ପୋଷାକ ପିନ୍ଧି ଗୋ ବ୍ୟାକ୍ ନାରା ଦେଇ ପ୍ରତିବାଦ କରିଥିଲେ।

Advertisment

ତେବେ 5T ସଚିବଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୁଞ୍ଜିକୟାଁ ଛକରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କଳା ପତାକା ଧରି ରାସ୍ତାରେ ଅବରୋଧ କରିଥିଲେ ବିଜେପି କର୍ମୀ । ଏହି ସମୟରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ସେଠି ପହଞ୍ଚି ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛିା ପୋଲିସ ଉପସ୍ଥିତିରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଏପରି ମାଡ଼ ମାରିବା ଓ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ପାଖାପାଖି ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ପରେ ବିଜେପି କର୍ମୀଙ୍କୁ ସେଠୁ ଉଠାଇ ନେଇଛି ପୋଲିସ । ..ଏହି ଗଣ୍ଡଗୋଳରେ ୪ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛିା

ଅନ୍ୟପଟେ ପ୍ରତିଦିନ ବଦଳୁଛି 5T ସଚିବଙ୍କ ସୁରକ୍ଷାରେ ଥିବା ପୋଲିସ୍ ଅଧିକାରୀଙ୍କ ଡ୍ରେସର ରଙ୍ଗା କେତେବେଳେ ଗୋଲାପୀ, କେତେବେଳେ ନୀଳ ତ୍ ଆଉ କେତେବେଳେ ଧୂସରା ଆଜି ବ୍ରହ୍ମପୁର କାର୍ଯ୍ୟକ୍ରମରେ ଏମିତି କିଛି ଟିସାର୍ଟରେ ନଜର ଆସିଥିଲେ ପାଣ୍ଡିଆନଙ୍କ ସୁରକ୍ଷାରେ ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀ । ଆଜି ସୁରକ୍ଷାକର୍ମୀ ମାନେ ଅଫ୍ ହ୍ୱାଇଟ୍ ଅର୍ଥାତ ଧୂସର ରଙ୍ଗର ଟିସାର୍ଟରେ 5T ସଚିବଙ୍କୁ ସୁରକ୍ଷା ଯୋଗାଉଛନ୍ତି । ଏହାପୂର୍ବରୁ ଗତକାଲି ନୀଳ ରଙ୍ଗ ଟିସାର୍ଟ ପିନ୍ଧିଥିବା ବେଳେ ଶୁକ୍ରବାର ଦିନ ଗୋଲାପୀ ରଙ୍ଗର ଟିସାର୍ଟ ପିନ୍ଧିଥିଲେ ।

Advertisment
BJD BJP VK Pandian
Advertisment
Advertisment