Advertisment

Aamir Khan: ଆଉ ଥରେ ବାହା ହେବେ ମିଷ୍ଟର୍ ପରଫେକ୍‌ସନିଷ୍ଟ୍‌ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଅମିର ଖାନ କିଛି ଦିନ ଧରି ତାଙ୍କ ପୁରୁଣା ଗାର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରୁଛନ୍ତି। ସେ ଏହି ସମ୍ପର୍କକୁ ଦୁନିଆରୁ ଲୁଚାଇ ରଖିଛନ୍ତି। ତେବେ ରିପୋର୍ଟ ଅନୁସାରେ ସେ ଗୌରୀଙ୍କୁ କେବଳ କିଛି ଅତି ନିକଟତମ ଲୋକଙ୍କ ସହିତ ପରିଚିତ କରାଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Aamir Khan confirmed his relationship with girlfriend gauri

Aamir Khan confirmed his relationship with girlfriend gauri

ବଲିଉଡ୍ ମିଷ୍ଟର୍ ପରଫେକ୍‌ସନିଷ୍ଟ୍‌ ଅମିର୍ ଖାନ୍ ଆଜି ୬୦ ବର୍ଷରେ ପାଦ ଦେଇଛନ୍ତି ଆଉ ଧୂମଧାମରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ଅଭିନେତା ଗଣମାଧ୍ୟମକୁ ମଧ୍ୟ ଭେଟିଛନ୍ତି। ଏଠାରେ ସେ ତାଙ୍କର ୨୫ ବର୍ଷର ପୁରୁଣା ବନ୍ଧୁ ଗୌରୀଙ୍କ ବିଷୟରେ ମଧ୍ୟ କହିଛନ୍ତି। ପ୍ରେସ୍‌ ମିଟ୍ ସମୟରେ ଅଭିନେତା ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀଙ୍କୁ ଗଣମାଧ୍ୟମରେ ପରିଚିତ କରାଇଛନ୍ତି।

Advertisment

ସେ କହିଛନ୍ତି, "ଗୌରୀ ଏବଂ ମୁଁ ୨୫ ବର୍ଷ ପୂର୍ବେ ଭେଟିଥିଲୁ ଏବଂ ବର୍ତ୍ତମାନ ଆମେ ପାର୍ଟନର୍। ଆମେ ପରସ୍ପର ପାଇଁ ଖୁବ୍ ଗମ୍ଭୀର। ଆମେ ଦେଢ ବର୍ଷ ଧରି ଏକାଠି ଅଛୁ।”

ଅମିର ଖାନ କିଛି ଦିନ ଧରି ଗୌରୀଙ୍କୁ ଡେଟ୍‌ କରୁଥିଲେ। ସେ ଏହି ସମ୍ପର୍କକୁ ଦୁନିଆରୁ ଲୁଚାଇ ରଖିଥିଲେ। ତେବେ ରିପୋର୍ଟ ଅନୁସାରେ ସେ ଗୌରୀଙ୍କୁ କେବଳ କିଛି ଅତି ନିକଟତମ ଲୋକଙ୍କ ସହିତ ପରିଚିତ କରାଇଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ସହ ମଧ୍ୟ ପରିଚିତ କରାଇଥିଲେ। ଏହାପୂର୍ବରୁ ସେ ପରିବାରର କିଛି ସଦସ୍ୟଙ୍କୁ ଗୌରୀଙ୍କ ସହିତ ମଧ୍ୟ ପରିଚିତ କରାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

ଅମିର୍ ଖାନ୍ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ବିଷୟରେ ଅଧିକ ସୂଚନା ଦେଇ କହିଛନ୍ତି, "ଗୌରୀ ପ୍ରଡକ୍ସନରେ କାମ କରନ୍ତି। ମୁଁ ପ୍ରତିଦିନ ତାଙ୍କ ପାଇଁ ଗୀତ ଗାଇଥାଏ।” ଅମିର ମଧ୍ୟ ପିଲ୍ମ ‘ଲଗାନ’ରେ ତାଙ୍କ ଚରିତ୍ର ଭୂବନ କଥା ଉଠାଇ କହିଛନ୍ତି ଯେ “ଭୂବନଙ୍କୁ ତାଙ୍କ ଗୌରୀ ମିଳିଗଲା।”

ପ୍ରକାଶଥାଉ ଯେ ‘ଲଗାନ’ରେ ଭୂବନଙ୍କୁ ଭଲ ପାଉଥିବା ଝିଅର ନାଁ ଗୌରୀ ଥିଲା ଆଉ ଏହି ଚରିତ୍ରରେ ଗ୍ରେସି ସିଂ ଅଭିନୟ କରିଥିଲେ। ଅମିର ମଧ୍ୟ ତାଙ୍କ ପାର୍ଟନର୍ ଗୌରୀଙ୍କ ପାଇଁ ‘କଭି କଭି ମେରେ ଦିଲ୍‌ ମେ…’ ଗୀତର କିଛି ଲାଇନ୍ ମଧ୍ୟ ଗାଇଥିଲେ।

ବର୍ତ୍ତମାନ ମିର ଖାନଙ୍କ ନୂଆ ଗର୍ଲଫ୍ରେଣ୍ଡ ଗୌରୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଅମିର ଖାନଙ୍କ ନୂଆ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ୍‌ ପୂର୍ବରୁ ବିବାହିତ। ଗୌରୀଙ୍କ ୬ ବର୍ଷର ଏକ ପୁଅ ମଧ୍ୟ ଅଛି। ତେବେ ଅମିର ଖାନ୍‌ ଏବଂ ଗୌରୀ ବିବାହ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ଅମିର ଗଣମାଧ୍ୟମକୁ କହିଛନ୍ତି, "ମୋର ପିଲାମାନେ ବହୁତ ଖୁସି। ମୋର ପୂର୍ବ ପତ୍ନୀମାନଙ୍କ ସହ ମୋର ଖୁବ୍ ଭଲ ସମ୍ପର୍କ ଥିବାରୁ ମୁଁ ବହୁତ ଭାଗ୍ୟବାନ।" ଅମିରଙ୍କ ପ୍ରଥମ ବିବାହ ଚଳଚ୍ଚିତ୍ର ନିର୍ମାତା ରୀନା ଦତ୍ତାଙ୍କ ସହ ହୋଇଥିଲା, ଯାହାଙ୍କ ଠାରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି - ଜୁନୈଦ ଏବଂ ଆଇରା ଖାନ।

ତାଙ୍କର ଦ୍ୱିତୀୟ ପତ୍ନୀ ହେଉଛନ୍ତି ନିର୍ଦ୍ଦେଶକ କିରଣ ରାଓ, ଯାହାଙ୍କୁ ସେ ୨୦୦୫ରେ ବିବାହ କରିଥିଲେ। ୨୦୨୧ରେ ଅମିର ତାଙ୍କଠାରୁ ଅଲଗା ହୋଇଥିଲେ। ବର୍ତ୍ତମାନ ଉଭୟ ସେମାନଙ୍କ ପୁଅ ଆଜାଦରକୁ କୋ-ପ୍ୟାରେଣ୍ଟିଂ କରୁଛନ୍ତି।

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ନୂଆ ପୋଷ୍ଟର ରିଲିଜ୍‌; ଦମଦାର୍ ଲୁକ୍‌ରେ ସଲ୍‌ମାନ ଖାନ୍‌

Salman Khan Bollywood Aamir Khan Shahrukh Khan
Advertisment
Advertisment