ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ ।
ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ ।
ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI ।
ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ।
ନିୟମ ଉଲ୍ଳଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।
ବଲାଙ୍ଗିର ଜିଲ୍ଲା ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ରଜତଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ହତ୍ୟା ବୋଲି ଜଣାପଡ଼ିଛି।
ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ସସ୍ପେଣ୍ଡ କରାଯାଇଛି ।
ମୁଥ ମାଡ଼ରେ କଙ୍କଡ଼ାହାଡ଼ ଉ.ପ୍ରା. ସ୍କୁଲ୍ର ଛାତ୍ର ଗୁରୁତର । ଫଳରେ ଛାତ୍ରଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ଓ ପରେ କାମାକ୍ଷାନଗର ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ। ଭିମ୍ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଭିନ୍ନକ୍ଷମ ହୋଇଯାଇଥିଲେ ।
ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ।
ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡିକୁ ମିଳିଛି ସର୍ବାଧିକ ଇଲେକ୍ଟୋରାଲ୍ ବଣ୍ଡ୍। ୨୪ ଆଞ୍ଚଳିକ ଦଳ ମଧ୍ୟରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ।
ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ
ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ଆମ ଓଡ଼ିଶା, ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟି ରଖି ଏହି ଯୋଜନା ଆସିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କିମ୍ ର ନାଁ ନବୀନ ଓଡ଼ିଶା ହୋଇଥିବାରୁ ନବୀନ ବ୍ରାଣ୍ଡକୁ ଆଗକୁ ନେବାକୁ ଉଦ୍ୟମ କରାଯାଇଛି।...
କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି।
ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ ।
ସତ ଓଗାଳୁଛି ସିବିଆଇ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡ । ସମନ୍ ହୋଇଥିବା ୩ ଜଣଙ୍କ ସହ ମୁହାଁମୁହିଁ ଜେରା ପ୍ଲାନ୍ ।
ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି ।
ଲୁଚାଛପାରେ କ୍ୟାସ୍ ନେଇ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କୁହାଯାଉଛି ।
ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି । ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ପାଇଁ ରହିଥିବା ବେଳେ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବା ନେଇ କୁହାଯାଇଛି ।
ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।