• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଥରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଟାର୍ଗେଟ୍ । ନିଜ ଖବର କାଗଜରରେ 'ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖା ମାଧ୍ୟମରେ ସଚିବଙ୍କ ପୋଲ୍ ଖୋଲିଛନ୍ତି ସୌମ୍ୟ । ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ, ମଣିପୁର ହିଂସା ପ୍ରସଙ୍ଗରେ ବିଜେଡି ଚୁପ୍ ରହିବା, 5T ସଚିବଙ୍କ ସଭା ନିର୍ବାଚନ ପୂର୍ବରୁ ଆୟୋଜିତ ସଭା ଭଳି ହେବା ଆଦି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ସୌମ୍ୟ । ଏଥିରେ ଆଉ ପଦେ ଯୋଡ଼ି ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ସରକାରୀ ଟଙ୍କା ଖର୍ଚ୍ଚ କରି ସଚିବ ନିଜକୁ ରାଜନୀତିରେ ଲଂଚ୍ କରିବାକୁ ଚାହୁଁଛନ୍ତି । ବିଜେଡି ଏହାର ଜବାବ ରଖିଛି ।

5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ । ଗତ ୧୮ ତାରିଖରେ ନିଜ ଖବର କାଗଜର ସଂପାଦକୀୟ ଲେଖାରେ 5T ସଚିବଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଏହାର ୮ ଦିନ ପରେ ପୁଣିଥରେ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖାରେ 5T ସଚିବଙ୍କ ଗୁମର ଖୋଲିଛନ୍ତି ସୌମ୍ୟ ।

ଲେଖିଛନ୍ତି, ଚନ୍ଦ୍ରୟାନ୍-ଥ୍ରୀ ପାଇଁ ୬ ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ 5T ସଚିବଙ୍କ ସମସ୍ତ ୩୦ ଜିଲ୍ଲା ବୁଲା ସରିବା ବେଳକୁ ପାଖାପାଖି ସେତିକି ଖର୍ଚ୍ଚ ହେବ ବୋଲି ଅଭିଯୋଗ କରାଯାଉଛି । ଆତ୍ମବିଭୋର ହୋଇ ଉଚିତ ଅନୁଚିତ ଭୁଲିଯାଇ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବା କଥା କହିଛନ୍ତି 5T ସଚିବ । ମହିଳା ସଂରକ୍ଷଣ କଥା କହୁଥିବା ବିଜେଡି କିନ୍ତୁ ମଣିପୁର ହିଂସା ପ୍ରସଙ୍ଗରେ ଚୁପ୍ ବୋଲି ଉଲ୍ଲେଖ କରିଛନ୍ତି ସୌମ୍ୟ । ସେହିପରି ଛାତ୍ର ସଂସଦ ନିର୍ବାଚନ

ନହେବା, ସଚିବଙ୍କ ସଭା ନିର୍ବାଚନୀ ସଭା ଭଳି ହେବା, ମଂଚରେ ନେତାମାନେ ଦୃଶ୍ୟମାନ ନହେବା, 5T ସଚିବଙ୍କ ଭାବମୂର୍ତ୍ତି ପାଇଁ ଏସବୁ ଆୟୋଜନ ବୋଲି ଉଲ୍ଲେଖ କରି କଡା ଭାଷାରେ ସମାଲୋଚାନ କରିଛନ୍ତି ।

ଅନ୍ୟପକ୍ଷରେ ସୌମ୍ୟଙ୍କ ଏହି ଲେଖାକୁ ବିରୋଧୀ ସମର୍ଥନ କରିବା ସହ ସରକାରୀ ଟଙ୍କା ଖର୍ଚ୍ଚ କରି ସଚିବ ନିଜକୁ ରାଜନୀତିରେ ଲଂଚ୍ କରିବାକୁ ଚାହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ତେରଛା ବାଣ ମାରିଥିବା ବେଳେ କଂଗ୍ରେସ ବି କଡ଼ା ସମୋଲାଚନ କରିଛି । ସୌମ୍ୟ ତାଙ୍କ ଲେଖାରେ ଏହା ବି ଲେଖିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗଂଜାମରେ ଯାହା ଘଟିଲା ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ଅନ୍ୟପକ୍ଷରେ 5T ସଚିବ ମିଛ କଥା କହୁଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଥିଲେ । ଦିନେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ପ୍ରଦୀପ । ଗଂଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଉଥିଲେ । ତେଣୁ ସେ ବିଜେଡି ଓ ସରକାରଙ୍କ ବହୁ ଗୁମର କଥା ଜାଣିଛନ୍ତି । ଏବେ ଗୋଟିଏ ପରେ ଗୋଟିଏ ନୂଆ କଥା ସାମ୍ନାକୁ ଆଣି ଶାସନ ବ୍ୟବସ୍ଥାର ଗୁମର ଖୋଲୁଛନ୍ତି । ସେପଟେ ସୌମ୍ୟ ଓ ବିରୋଧୀଙ୍କୁ ଜବାବ୍ ଦେଇଛନ୍ତି ବିଜେଡି ନେତା ତଥା
ସୌମ୍ୟଙ୍କ ପାରଂପରିକ ବିରୋଧୀ ଅନୁଭବ ପଟ୍ଟନାୟକ । ସାରା ରାଜ୍ୟରେ ଏବେ ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ଚର୍ଚ୍ଚା । ବିରୋଧୀ ଦଳଠାରୁ ଶାସକ ଦଳର ନେତା ବି ସଚିବଙ୍କୁ ଘେରୁଛନ୍ତି । ଆଗକୁ ଏହି ବିବାଦ ଆହୁରି ଘନେଇବ ବୋଲି ଆଶଙ୍କା କରଯାଉଛି ।