• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ଏବେ ସିଂହଦ୍ୱାର । ଗଳାବାଟରେ ଚାଲିଛି ହାତଗୁଞ୍ଜା ଦର୍ଶନ ବ୍ୟବସ୍ଥା । ବ୍ୟାରିକେଡ୍ ଦେଇ ଘଣ୍ଟାଘଣ୍ଟା ଧରି ଭକ୍ତ ଅପେକ୍ଷାରେ ଥିବା ବେଳେ ସେଇଠି ଟଙ୍କା ନେଇ ଧାଡ଼ି ବାହାରର ଭକ୍ତଙ୍କୁ ଜଗନ୍ନାଥ ଦର୍ଶନ କରାଯିବାର ଅଭିଯୋଗକୁ ନେଇ ଅସନ୍ତୋଷ ଯେତିକି ଉଦବେଗ ବି ସେତିକି ।

ଯିଏ ହାତଗୁଞ୍ଜା ଦେଲେ ସିଏ ଗଳାବାଟରେ ଗଲେ । ଯିଏ ନଦେଲେ ଘଣ୍ଟା ଘଣ୍ଟା ଲାଇନରେ ରହିଲେ ଜଗା ଦର୍ଶନରେ ବି ଭ୍ରଷ୍ଟାଚାର ! ଖୁଲମ୍ ଖୁଲ୍ଲା କିଛି ଦିନ ତଳେ ପଶ୍ଚିମଦ୍ୱାର ଦେଇ ପୋଲିସ ଟଙ୍କା ନେଇ ଛାଡୁଥିବାର ଦୃଶ୍ୟ ସାମନାକୁ ଆସିଥିଲା । ଏବେ ଆଉ ଏକ ନୂଆ ଅଭିଯୋଗ । ଶ୍ରୀମନ୍ଦିର ପ୍ରବେଶ ଲାଗି ବ୍ୟାରିକେଡ୍ ଭିତରେ ଏ ଲମ୍ବା ଧାଡ଼ିକୁ । ଆଉ ଭକ୍ତଙ୍କ ଅଭିଯୋଗକୁ ।

ଆଜି ଶ୍ରାବଣ ଶୁକ୍ଳ ଏକାଦଶୀ । ତା ସାଙ୍ଗକୁ ରବିବାର । ତେଣୁ ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା । ହେଲେ ସେ ଭିତରେ ବି ଏମିତି ଶହ ଶହ ଭକ୍ତଙ୍କୁ ଗଳାବାଟରେ ନିଆଯାଉଥିବା ଦେଖି ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ବ୍ୟାରିକେଡ୍ ପାଖକୁ ଲାଗି ହୋଇଥିବା ଆଉ ଏକ ସ୍ୱତନ୍ତ୍ର ବାଟରେ କିଛି ଭକ୍ତଙ୍କୁ ସହଜରେ ପ୍ରବେଶ କରାଯାଉଛି । ଏଥିପାଇଁ କାହାଠୁ ଶହେ ତ କାହାଠୁ ଦୁଇ ଶହ ନିଆଯାଉଥିବା ଅଭିଯୋଗ ହେଉଛି ।

କୁହାଯାଉଛି, ପଶ୍ଚିମଦ୍ୱାର ଦେଇ ପୋଲିସ ଟଙ୍କା ନେଇ ଛାଡୁଥିବାର ଦୃଶ୍ୟ ଓଟିଭି ଜରିଆରେ ସାମ୍ନାକୁ ଆସିବା ପରେ ଯାତ୍ରୀପଣ୍ଡାମାନେ ସେମାନଙ୍କ ଯାତ୍ରୀଙ୍କୁ ନେବା ପାଇଁ ଗତ କିଛି ଦି ହେବ ଏଇ ରାସ୍ତାଟି ଖୋଲିଛି । ହେଲେ ଏ ବାଟ ଟି କାହିଁକି ଖୋଲିଛି ? ଏନେଇ କିଛି ନିର୍ଦ୍ଦେଶନାମା ଅଛି କି ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏଭଳି ବ୍ୟବସ୍ଥାକୁ ସେବାୟତ ବିରୋଧ କରିଥିଲା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଅଭିଯୋଗର ଅନୁଧ୍ୟାନ ପରେ ଯାହା ପଦକ୍ଷେପ ନିଆଯିବ ।

କରୋନା ପରଠୁ ଶ୍ରୀମନ୍ଦିରର ଚାରି ଦ୍ୱାର ଦେଇ ପ୍ରବେଶ ବନ୍ଦ ରହିଛି। ତେବେବହୁ ଦାବି ଓ ବାଦ ବିବାଦ ପରେ ସିଂହଦ୍ୱାର ବାଦ୍ କେବଳ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିଦ୍ୱାର ଖୋଲାଯାଇଛି । ହେଲେ ତାର ଫାଇଦା ନେଇ ପଶ୍ଚିମଦ୍ବାର ଦେଇ କିଛି ଅସାଧୁ କର୍ମଚାରୀ ହାତଗୁଞ୍ଜା ନେଇ ଭକ୍ତଙ୍କୁ ଛାଡୁଥିବା ବେଳେ ଏବେ ଏ ଚିତ୍ର ଭକ୍ତଙ୍କୁ ବ୍ୟଥିତ କରିଛି ।

  • Reported by:
  • MADHUSUDAN MISHRA