• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାତିରେ ଆସିଲା ଯୁବତୀଙ୍କ ନିକଟକୁ ଅଶ୍ଳୀଳ ମେସେଜ୍‌ । ପରେ ପରେ ଆସିଲା ପର୍ଣ୍ଣ ଭିଡିଓ । ଏତିକିରେ ସରିଲାନି ଯୁବକଙ୍କ ହରକତ । ଅଥୟ ହୋଇଗଲେ ଯୁବକ । ଯୁବତୀଙ୍କ କୌଣସି ରିପ୍ଲେ ନ ଆସିବାରୁ ବିଳମ୍ବିତ ରାତିରେ ଶେଷରେ ଭିଡିଓ କଲ୍‌ କରି ଅଶ୍ଳୀଳ ଭିଡିଓ କରିବାକୁ ବାଧ୍ୟ କଲେ । ଯୁବକଙ୍କ ବାରମ୍ବାର ନିବେଦନ ପରେ ବି ଶୁଣିଲେନି ଯୁବତୀ । ଶେଷରେ ଥାନାକୁ ଗଲା ଏହି ଘଟଣା । ଯୁବତୀ ଜଣକ ଥାନାକୁ ଯାଇ କହିଲେ ଯୁବକଙ୍କ ସମସ୍ତ ହରକତର କାହାଣୀ ।

ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଗତ ୨୫ ତାରିଖ ଦିନ ସକାଳେ ଏନେଇ ଯୁବତୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସାଇବାର ଥାନା ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । ଏହା ବ୍ୟତୀତ ଏହି ଘଟଣାକୁ ନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ଏହି ଘଟଣା ଘଟିଥିଲା । ଜଣେ ଯୁବତୀଙ୍କ ପାଖକୁ ତାଙ୍କ ହ୍ୱାଟ୍ସଆପ୍‌କୁ ଏକ ଅଜଣା ନମ୍ବରରୁ ଆଶ୍ଳୀଳ ମେସେଜ ଆସିଥିଲା । ଯୁବତୀ ମେସେଜ ଦେଖିବା ପରେ କୌଣସି ରିପ୍ଲାଏ ଦେଇନଥିଲେ । ତା’ ପରେ ଅଜଣା ବ୍ୟକ୍ତି ଜଣକ ପର୍ଣ୍ଣ ଭିଡିଓ ପଠାଇଥିଲା । ଆଉ ତା’ ପରେ ପରେ ଭିଡିଓ କଲ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ଲାକମେଲ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି ।

୨୫ ତାରିଖ ସକାଳୁ ଏନେଇ ପୀଡିତା ଜଣକ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଇବର ପୋଲିସର ସ୍ୱତନ୍ତ୍ର ଟିମ ତଦନ୍ତରୁ ଜାଣିପାରିଥିଲା ଯେ, ପୀଡ଼ିତାକୁ ହଇରାଣ କରୁଥିବା ଯୁବକ ଜଣକ ପୁଇଁତଲା ଥାନା ବାହାଲବୁକା ଗାଁର ଗିରିଧାରୀ କୁଅଁର ଓରଫ କାହ୍ନା । ସାଇବର ପୋଲିସର ସ୍ୱତନ୍ତ୍ର ସ୍ୱାଡ୍‌ ଚଢ଼ଉ କରି ଗିରିଧାରୀକୁ ଗିରଫ କରିଥିଲା । ତା’ ଠାରୁ ମୋବାଇଲ ଫୋନ ମଧ୍ୟ ସିଜ କରିଛି ପୋଲିସ । ପୋଲିସ କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛି ଗିରିଧାରୀ ।

ବର୍ତ୍ତମାନ ବହୁଳ ଭାବରେ ସୋସିଆଲ ମିଡିଆର ବ୍ୟବହାର ଯୋଗୁଁ, ଯୁବକ ଯୁବତୀ ଅସୁବିଧାରେ ପଡୁଛନ୍ତି । ବିଶ୍ୱାସରେ ଫଟୋ ସେୟାର କରୁଛନ୍ତି । ପରେ ବ୍ଲାକମେଲର ଶିକାର ହେଉଛନ୍ତି । ତେଣୁ ନିଜ ପୁଅ ଝିଅଙ୍କୁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ବଲାଙ୍ଗିର ଏସ. ଡି. ପି. ଓ ତୋଫାନ ବାଗ ।

  • Reported by:
  • Ghateswar Mishra