• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅନ୍ତର୍ଜାତୀୟ ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ ୩୧ତମ ଏକଲବ୍ୟ ପୁରସ୍କାର ପାଇବେ ଦେବାଶିଷ । ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ଓ ମାନପତ୍ର ପାଇବେ । ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ । IMFA ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ୧୯୯୩ରୁ କ୍ରମାଗତ ଭାବେ ପୁରସ୍କାର ପ୍ରଦାନ କରି ଆସୁଛି ଇମ୍ପାକ୍ଟ ।

OTV is now on Whatsapp

Join and get latest news update delivered to you via whatsapp

Join Now