/odishatv-khabar/media/post_attachments/uploadimage/library/16_9/16_9_0/doctor_1693192283.jpg)
doctor
ଡାକ୍ତରଖାନା ଭିତରେ ଡାକ୍ତରଙ୍କ ମୁହଁରେ ଅଶ୍ରାବ୍ୟ ଭାଷା । ସ୍ଥାନ କାଳ ପାତ୍ର ସବୁ ଭୁଲି ଗଲେ । ମୁହଁକୁ ଯାହା ଆସିଲା, କହିଦେଇଗଲେ ଡାକ୍ତରବାବୁ । ତା ପୁଣି ଆଉ ଜଣେ ଡାକ୍ତରଙ୍କୁ, ରୋଗୀ ଓ ମହିଳାଙ୍କ ଆଗରେ । ଜଣେ ଡାକ୍ତରଙ୍କୁ ଆଉ ଜଣେ ଡାକ୍ତରଙ୍କ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଭିଡିଓ ଭାଇରାଲ୍ ହେଉଛି ସୋସିଆଲ ମିଡିଆରେ।
ସୂଚନା ଅନୁସାରେ, ଏହା ହେଉ ଝାରସୁଗୁଡ଼ା ସହର ମଙ୍ଗଳାବଜାରରେ ଥିବା ସରକାରୀ ଅର୍ବାନ୍ ଡାକ୍ତରଖାନାର ଘଟଣା। ଗତକାଲି ରାତିରେ ଜଣେ ଡାକ୍ତର ମାନସ କାନ୍ଧାର ନିଶାସକ୍ତ ଅବସ୍ଥାରେ ସେଠାକାର ଆଉ ଜଣେ ଡାକ୍ତର ଆଶିଷ ଗୁପ୍ତାଙ୍କୁ ଏଭଳି ଗାଳିଗୁଲଜ କରିଥିବା ଜଣାପଡ଼ିଛି । ଡାକ୍ତରଖାନାରେ ଏଭଳି ଅଶ୍ରାବ୍ୟ ଭାଷା ବ୍ୟବହାରକୁ ଜଣେ ମହିଳା ବିରୋଧ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି ।
ତେବେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଡାକ୍ତର ମାନସ କାନ୍ଧାର ଡ୍ୟୁଟି ଥିବା ସତ୍ତ୍ୱେ ଯୋଗ ଦେଇନଥିବାରୁ ଡାକ୍ତର ଆଶିଷ ଗୁପ୍ତା ଏନେଇ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଥିଲେ । ସିଡିଏମଓ ଏନେଇ ମାନସଙ୍କୁ ତାଗିଦ କରିବା ପରେ, ସେ ଡାକ୍ତରଖାନାକୁ ଆସି ଆଶିଷଙ୍କ ସହ ଦୁର୍ବ୍ୟବହାର କରିଥିଲେ । ତେବେ ଏହି ଘଟଣା ସଂପର୍କରେ ଆସନ୍ତାକାଲି ନିଷ୍ପତ୍ତି ହେବ ବୋଲି କହିଛନ୍ତି ସିଡିଏମଓ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)