ହିନସ୍ତା ହେଉଛନ୍ତି ବସ୍ତି ବାସିନ୍ଦା। ସରକାର ଦିନ ଗଡେଇ ଚାଲିଛନ୍ତି, ଯୋଗ୍ୟଙ୍କୁ ଦେଉନାହାନ୍ତି ଜମି ପଟ୍ଟା। ହିତାଧିକାରୀଙ୍କୁ ଖଣ୍ଡେ ଖଣ୍ଡେ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚୁପ ବସିଛି ପ୍ରଶାସନ।
ବିଡ଼ମ୍ବନାର ବିଷୟ ହେଲା ବିଏମସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇନଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ। କାରଣ ପ୍ରିମିୟମ ଦେବାକୁ ସକ୍ଷମ ନାହାନ୍ତି ଅଧିକାଂଶ ହିତାଧିକାରୀ।
ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ ।
୩୨୩ ବର୍ଗଫୁଟ ପାଇଁ ଦେୟ ପଡ଼ିବନି, ଅଧିକ ହେଲେ ପ୍ରିମିୟମ ଦେବାକୁ ପଡ଼ିବ । କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ ବୋଲି କହିଛନ୍ତି BMC କମିଶନର ।
ଜାଗା ମିଶନକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଶାସକ ଦଳ ବିରୋଧରେ ବଢୁଛି ବିରୋଧ । କାହିଁକି ନା କେଉଁଠି ମାଗି ମାଗି ଦେଇ ନାହାନ୍ତି ହେଲେ ଆଉ କେଉଁଠି ଦଖଲ ଠାରୁ ବି ଢେର ଅଧିକା ଦେଇଛନ୍ତି । ଯାହାକୁ ଦେଇ ନାହାନ୍ତି ଅସନ୍ତୋଷ ତେଜିବା ସ୍ୱାଭାବିକ ।
ଜାଗା ମିଶନକୁ ନେଇ ବଢୁଛି ଅଡୁଆ, ହରଡଘଣାରେ ସରକାର । ଯେଉଁଠି ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନର ପୋଷ୍ଟର, ସେଠି ଜାଗା ମିଶନର ନାଁ ଗନ୍ଧ ହିଁ ନାହିଁ । ଯେଉଁଥିପାଇଁ ଲାଗି ରହିଛି ଅସନ୍ତୋଷ ।
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ୍ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ..
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ।
ଜାଗା ମିଶନରେ ମିଳୁଥିବା ଫର୍ମ-୨କୁ ନେଇ ନାନା ଦ୍ୱନ୍ଦ୍ୱ । କେବଳ ଭୋଗ ଦଖଲ ଛଡ଼ା ଆଉ କିଛି କରିପାରିବେନି ହିତାଧିକାରୀ । ବିରୋଧୀଙ୍କ ପ୍ରଶ୍ନ ‘୨୦୧୮ର ଯୋଜନା, ଏବେ ପଟ୍ଟା ବାଣ୍ଟିଲ କାହିଁକି’?
ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।
ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।
ମାଲକାନଗିରି ମ୍ୟୁନିସିପାଲିଟିରେ ବି ଆଗେଇ ପାରୁନି ଜାଗା ମିଶନ । ଏଠିଥିବା ୩୧ଟି ବସ୍ତିରେ ୨,୪୩୨ଟି ଘର ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇଥିଲା l ତା ମଧ୍ୟରୁ କେବଳ ୧,୧୪୭ ଜଣଙ୍କୁ ଜମି ଅଧିକାର ପ୍ରମାଣପତ୍ର ତଥା LRC ଦିଆଯାଇଥିବାବେଳେ ବଞ୍ଚିତ ଅଛନ୍ତି ୧,୧୨୭ ଜଣ ।
ଯୋଜନାକୁ ୬ ବର୍ଷ ପରେ ବି ପଟ୍ଟାରୁ ବଞ୍ଚିତ ସହରାଞ୍ଚଳର ହଜାର ହଜାର ଭୂମିହୀନ ବସ୍ତିବାସିନ୍ଦା, କଣ୍ଟା ସାଜିଛି କିସମ, ଅଡୁଆକରୁଛି ଜବରଦଖଲ, ଭୁବନେଶ୍ୱରରେ ସର୍ଭେରେ ଅନିୟମିତତା ଅଭିଯୋଗ, ବର୍ଷିଲେ ହିତାଧିକାରୀ...
ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା ବି ନାହିଁ।
ସହରାଞ୍ଚଳ ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବାକୁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଥଇଥାନ ଯୋଜନା ଜାଗା ମିଶନର ସ୍ଥିତି କଣ ? ଯୋଜନା ଆରମ୍ଭ ହେବାର ୬ ବର୍ଷ ଭିତରେ କେତେଲୋକ ଉପକୃତ ହୋଇଛନ୍ତି ?
କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ମହତ୍ୱାକାଂକ୍ଷୀ ଜାଗା ମିଶନ୍ ଯୋଜନା ।
ଜମି ହୀନ ଓ ଅସହାୟ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ସାଙ୍ଗକୁ ପକ୍କା ଘର ପ୍ରଦାନ ପାଇଁ ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ। ମୟୂରଭଞ୍ଜ ଉଦଳା ଏନଏସିର ତେଲି ସାହିରେ ବସବାସ କରୁଥିବା ଆଦିବାସୀଙ୍କୁ ଜୀବନ ଶୈଳୀ ଓ ମାଳ ମାଳ ସମସ୍ୟାର ଚିତ୍ର ଦେଖିଲେ ମନେ ହେଉଛି ସରକାରୀ ଯୋଜନା ସବୁ ଏମାନଙ୍କ ପାଇଁ ସାତ ସପନ..
ଜାଗା ମିଶନରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ? ସହରରେ ଭୂମିହୀନଙ୍କ ପାଇଁ ଜାଗା ଓ ବସତି ଦେବା ଲକ୍ଷ୍ୟରେ ସରକାରଙ୍କ ତଥାକଥିତ ବିଶ୍ୱର ସର୍ବବୃହତ ଯୋଜନାରେ ଘର ପାଉଛନ୍ତି ତ ବସ୍ତି ବାସିନ୍ଦା ? ନା କେବଳ ଭେଳିକି ?
ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।