• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜନ୍ମରୁ ସେ ଦିବ୍ୟାଙ୍ଗ । ହେଲେ ବି ଲୋକଙ୍କ ସେବା କରିବାକୁ କରିଛନ୍ତି ସଂକଳ୍ପ । କେମିତି ଗରିବ ଲୋକଙ୍କୁ ସରକାରୀ ସହାୟତା ମିଳିପାରିବ ସେନେଇ ଦିନରାତି ଏକ କରି କରୁଛନ୍ତି ପରିଶ୍ରମ । ଆଉ ଯେଉଁମାନେ ହିତାଧିକାରୀ ତାଙ୍କୁ କରୁଛନ୍ତି ସାହାଯ୍ୟ । ତେଣୁ ସ୍ଥାନୀୟ ଅଂଚଳରେ  ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା ।

ଭଦ୍ରକ ପୌରପାଳିକାର ୩ନଂ ୱାର୍ଡର ଖଗେଶ୍ୱର ବାରିକ। ଜନ୍ମରୁ ଦିବ୍ୟାଙ୍ଗ ସେ... ଗୋଡରେ ସମସ୍ୟା ଥିବାରୁ ଚାଲିବୁଲି ପାରିବା ତାଙ୍କ ପକ୍ଷରେ କଷ୍ଟକର ହୋଇଛି । ହେଲେ ବି ସେ ହାର ମାନିନାହାନ୍ତି । ବରଂ ଦିବ୍ୟାଙ୍ଗ ହେବା ପରେ ବି ଗାଁକୁ ଗାଁ ...ଘରକୁ ଘର ବୁଲି ଲୋକଙ୍କ କଥା ବୁଝୁଛନ୍ତି । ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଲୋକମାନେ ବି ଏହି ପରଉପକାରୀ କାଉନସିଲରଙ୍କୁ ନେଇ ବେଶ୍‌ ଖୁସି ଅଛନ୍ତି ।

ଚଳିତ ପୌର ନିର୍ବାଚନରେ ଖଗେଶ୍ୱର ବିଜୟ ହୋଇଛନ୍ତି । ବିଜୟ ପୂର୍ବରୁ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ପୂରଣ କରିବାକୁ ଏବେ ଲାଗିପଡିଛନ୍ତି ଖଗେଶ୍ୱର । ସକାଳୁ ସଂଜ ପର୍ଯ୍ୟନ୍ତ ଲୋକଙ୍କ କଥା ବୁଝିବା ସହିତ ଡାକ୍ତରଖାନା ଯାଇ ରୋଗୀଙ୍କର ସେବା କରୁଛନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି ଚଳିତ ସ୍ୱାଧୀନତା ଦିବସରୁ ଅନେକ ହିତାଧିକାରୀଙ୍କୁ ଭତ୍ତା ଦେବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହାପରେ ବି ଅନେକ ହିତାଧିକାରୀ ଭତ୍ତାରୁ ବଂଚିତ ହୋଇଥିଲେ । କାହା ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା ତ ଆଉ କିଏ ଆବେଦନ କରିପାରିନଥିଲା । ବାସ୍ ଏହି ଖବର ପହଞ୍ଚିଥିଲା ଖଗେଶ୍ୱରଙ୍କ ପାଖରେ । ଆଉ ତା ପରେ ନିଜସ୍ୱ ଟଙ୍କାରୁ ସରକାରୀ ଯୋଜନାରୁ ବଂଚିତ ହିତାଧିକାରୀଙ୍କୁ ଭତ୍ତା ଦେବାକୁ ସେ ବ୍ୟବସ୍ଥା କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜେ ଦିବ୍ୟାଙ୍ଗ ହେବା ପରେ ବି କେମିତି ଲୋକମାନେ ଭଲରେ ଭତ୍ତା ପାଇବେ ସେନେଇ ସେ ବ୍ୟବସ୍ଥା କରୁଛନ୍ତି । ୩୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ବାଣ୍ଟିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଖଗେଶ୍ୱରଙ୍କୁ କରିଛନ୍ତିପ ପ୍ରଶଂସା । ସତରେ ଏମିତି ଦୃହୟବାନ୍ ମଣିଷ ନିଶ୍ଚୟ ନିଆରା ।

  • Reported by:
  • Partha Sarathi nayak