• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀ ବସ୍ତିବାସିନ୍ଦାଙ୍କ ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଣ୍ଟିବେ ଜମି ପଟ୍ଟା । ଏଥିପାଇଁ ବଡ ଆୟୋଜନ କରାଯାଇଛି । ତେବେ ଦିନକ ପୂର୍ବରୁ ହିତାଧିକାରୀ ତାଲିକାକୁ ନେଇ ବସ୍ତି ବାସିନ୍ଦାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଅଭିଯୋଗ ହୋଇଛି, ଅଯୋଗ୍ୟଙ୍କୁ ମିଳିଛି ତାଲିକାରେ ସ୍ଥାନ । ଏହାରି ଭିତରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏହା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ ଘୋଷଣା । ଆଗରୁ କାହିଁକି ବାଣ୍ଟିଲେନି ? ବିଜେଡି କହିଛି ଏହା ବିକାଶ ପ୍ରକ୍ରିୟା, ଆଗକୁ ବି ଜମି ପଟ୍ଟା ବଣ୍ଟାଯିବ ।

ଜାଗା ମିଶନରେ ବ୍ୟାପକ ଜାଲିଆତି ! ତାଲିକାରେ ଅଯୋଗ୍ୟଙ୍କ ନାଁ । ଅସନ୍ତୋଷ ପାଇଁ ବସ୍ତି ଭୋଟର ମୁହଁ ଫେରାଇବେ କି ? ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।

ୱାର୍ଡ ନମ୍ବର ୫ରେ ଥିବା ଶ୍ରୀରାମ ନଗର ବସ୍ତିର । ତାଲିକାରେ ବସ୍ତି ବାହାରର ଲୋକଙ୍କ ନାଁ ଅଛି । ଖାଲି ସେତିକି ନୁହେଁ ଇନଷ୍ଟଲେସନ ଆମାଉଣ୍ଟ ରେ ବି ଆକାଶ ପାତାଳ ଫରକ ଥିବାରୁ ଅସନ୍ତୋଷ ତେଜିଛି । ଦିବ୍ୟାଙ୍ଗଙ୍କ ଉପରେ ବି ଅଧିକ ଆର୍ଥିକ ବୋଝ ପଡିଛି । ଯେଉଁଥିପାଇଁ ବସ୍ତି ବାସିନ୍ଦା ଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି । କେହି ବି ସେମାନଙ୍କୁ ଜାଗା ଆବଣ୍ଟନ ବିଷୟରେ ସୂଚନା ଦେଉନଥିବା ଅଭିଯୋଗ ହୋଇଛି । ସେପଟେ ଇଏ ହେଲା ମେୟର ଓ ବିଧାୟକ ଅନନ୍ତନାରାୟଣ ଜେନାଙ୍କ ସରକାରୀ ବାସଭବନ ସାମ୍ନାର ଦୃଶ୍ୟ । ରାଜଧାନୀର ବିଭିନ୍ନ ଅଞ୍ଚଳର ବସ୍ତି ବାସିନ୍ଦା ଅସନ୍ତୋଷ ପ୍ରକାଶ କରି ଏଭଳି ପ୍ରତିବାଦ ଜଣାଇଛନ୍ତି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ୍ରେ ଜାଗା ମିଶନ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୫୧ ହଜାର ବସ୍ତି ବାସିନ୍ଦାଙ୍କୁ ଜାଗା ପଟ୍ଟା ବଣ୍ଟନ କରିବେ । ତେବେ ତା’ପୂର୍ବରୁ ବସ୍ତିବାସିନ୍ଦାଙ୍କ ଭିତରେ ଅସନ୍ତୋଷ ତେଜିବା ହିତାଧିକାରୀ ଚୟନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି । ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା ଲାଗି ସରକାର ରହୁଥିବା ବସ୍ତିରେ ୩୨୩ ବର୍ଗ ଫୁଟ୍ ଜମିକୁ ମାଗଣାରେ ଦେବେ । ତେବେ ବସ୍ତି ବାସିନ୍ଦା ଚାହିଁଲେ ୪୬୪ ବର୍ଗ ଫୁଟ୍ ଯାଏ ଜମି ନେଇପାରିବେ । କିନ୍ତୁ ଏଥିପାଇଁ ଅଞ୍ଚଳୱାରୀ ସ୍ଥିର କରାଯାଇଥିବା ବେଞ୍ଚ ମାର୍କ ମୂଲ୍ୟ ହିସାବରେ ଅର୍ଥ ଦେବେ ।

ରାସନ କାର୍ଡଧାରୀ ମାନେ ବେଞ୍ଚ ମାର୍କ ମୂଲ୍ୟର ୫ ପ୍ରତିଶତ ଓ ରାସନ କାର୍ଡ ନଥିଲେ ୧୦ ପ୍ରତିଶତ ଅର୍ଥ ଦାଖଲ କରିବେ । ନିର୍ବାଚନକୁ ବର୍ଷେ ରୁ କମ୍ ସମୟ। ବସ୍ତି ଭୋଟ୍ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ଶାସକ ଦଳର ଏହା ଚାଲ୍ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଜବାବରେ ବିଜେଡି କହିଛି ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ପଟ୍ଟା ମିଳିବ । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ପ୍ରଥମେ ଶସ୍ତାରେ ଘର ଆଉ ଏବେ ଜାଗା ମିଶନ ଜରିଆରେ ଭୁବନେଶ୍ୱର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ । ବିରୋଧୀଙ୍କ ବୟାନବାଜି ସତ୍ତ୍ୱେ ଶାସକ ଦଳ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ ଭୋଟ ବ୍ୟାଙ୍କ ସଜାଡୁଛି ।

  • Reported by:
  • HARIHARA CHAND , JAGDISH DAS , ATULYA BOUT