Advertisment

ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କଲେ କନେଷ୍ଟବଳ

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

author-image
Prangyan Parimita
ଅଦ୍ୟତନ ହୋଇଛି
constable

constable

ଭଦ୍ରକ ତିହିଡି ଥାନାରେ କାର୍ଯ୍ୟରତ କନେଷ୍ଟବଳ ତୋଫାନ ପାତ୍ରଙ୍କ ଆତ୍ମହତ୍ୟା । ଥାନାରୁ ତାଙ୍କୀ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ତୋଫାନଙ୍କ ଘର କେନ୍ଦୁଝର ଆନନ୍ଦପୁରରେ ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ତିହିଡି ଥାନା ପରିସରରେ ଥିବା ନିଜର ସରକାରୀ କ୍ୱାଟରରେ ବେକ ଶାଢ଼ୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ।

Advertisment

ଖବର ପାଇ ତିହିଡି ପୋଲିସ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି। ଦୀର୍ଘଦିନ ହେବ ତିହିଡି ପୋଲିସ ଥାନାରେ କାର୍ଯ୍ୟରତ ଥିଲେ ତୋଫାନ ପାତ୍ର। ପାରିବାରିକ କଳହକୁ ନେଇ କନଷ୍ଟେବଲ ତୋଫାନ ପାତ୍ର ଆତ୍ମହତ୍ୟା କରିଥିବା କୁହାଯାଉଛି ।

ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ପାଟିତୁଣ୍ଡ ହେଉଥିଲା।

Advertisment
Tragic Incident
Advertisment
Advertisment