ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।
ଛତିଶଗଡ଼ରେ ପୁଣି ବଡ଼ ଧରଣର ମାଓ ବିରୋଧୀ ଅପରେସନ୍। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଏକାସଙ୍ଗେ ୩୧ ମାଓବାଦୀ। ଏନକାଉଣ୍ଟରରେ ଦୁଇ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ସାହାସକୁ ଗୃହମନ୍ତ୍ରୀ ପ୍ରଶଂସା କରିବା ସହ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମୂଳେ ଧ୍ବଂସ କରାଯିବ ବୋଲି ଦୋହରାଇଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।
ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।
ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ। ଦୁଇ ଯବାନ ସହିଦ୍ । ଛତିଶଗଡ଼ରେ ପୁଣିଥରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍। ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।
ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।
ଛତିଶଗଡ଼ ନକ୍ସଲ ଏନକାଉଣ୍ଟରକୁ ବଡ଼ ସଫଳତା କହିଲେ ଅମିତ ଶାହ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ନେଇଥିବା ସଂକଳ୍ପକୁ ଦୋହରାଇଲେ ।
ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ମାଓ ଅପରେସନ୍ ସଫଳ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିହତ ହୋଇଥିଲା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ଦିଲ୍ଲୀ ନିର୍ବାଚନରେ ଆପର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଦୀର୍ଘ ୨୭ ବର୍ଷ ପରେ ପୁଣି ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି। ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ଭୋଟ୍ ଗଣତି ହେବା ମାତ୍ରେ ହିଁ ଆଗୁଆ ଚାଲିଥିଲା ପଦ୍ମ ଦଳ।
ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ୱପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।
ଗୋଟିଏ ଦଶନ୍ଧିର ଖେଳ। ଯେଉଁଠି ଉତ୍ଥାନ, ସେଇଠି ପତନ। ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ମଧ୍ୟ ମାତ୍ ଖାଇବାକୁ ପଡ଼ିଛି। ଆଜି ନା ଅଛି ସେଦିନର ସ୍ୱଚ୍ଛ ଛବି, ନା ଅଛି ସେ ଆତ୍ମବିଶ୍ୱାସ।
ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି ।
ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ।
ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପାଣି ପିଆଇଦେଇଥିବା ବିଜେପିର ଜିଆଣ୍ଟ କିଲର। କିଏ ଏହି ପରଭେଶ ବର୍ମା ?
ମା‘ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ବ ଆଜି ବିପଦରେ । ଲୋକଙ୍କ ଆସ୍ଥା ସହ ଖେଳିଛି ଆପ୍ଦା ସରକାର । ହରିୟାଣା ଲୋକଙ୍କ ଉପରେ ଏତେ ବଡ଼ ମିଛ ଅଭିଯୋଗ ଆଣିଲେ । ଯମୁନାର ସେବା ପାଇଁ ପୂରା ଶକ୍ତିର ସହ ଲାଗିପଡ଼ିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମୋଦିଙ୍କ ଆପ୍କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।
ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...