• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଚଳିତ ବର୍ଷ ଧର୍ମନଗରୀ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଂଗମ । ମହାକୁମ୍ଭରେ ବୁଡ଼ ପକାଇବାକୁ ନାହିଁ ନଥିବା ଉତ୍ସାହ। ଏହାରି ଭିତରେ ଅନେକ ନେତା, ମନ୍ତ୍ରୀ ଓ ଭିଆଇପି ପ୍ରୟାଗରାଜ ଯାଇ ବୁଡ଼ ପକାଇ ସାରିଲେଣି । ସେହି କ୍ରମରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜ ଗସ୍ତରେ ଯାଇ ମହାକୁମ୍ଭରେ ସ୍ନାନ କରିବେ ।

ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପ୍ରୟାଗରାଜରେ ଦ୍ରୌପଦୀ ମୁର୍ମୁ ଆଠ ଘଣ୍ଟାରୁ ଅଧିକ ସମୟ ରହିବେ । ଏହି ସମୟରେ ସେ ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିବା ସହ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିରରେ ଦର୍ଶନ ସହ ପୂଜା କରିବେ । ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।

ଅଧିକ ପଢ଼ନ୍ତୁ : ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ, ଚିନ୍ତା ବଢାଇଛି କୁମ୍ଭୀର

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ । ଦେଶର ପ୍ରଥମ ନାଗରିକଙ୍କର ସଂଗମରେ ବୁଡ଼ ପକାଇବା ଏକ ଐତିହାସିକ ମୁହୂର୍ତ୍ତ ହେବ । 

 

ମହାକୁମ୍ଭରେ ଅନେକ ନେତା, ମନ୍ତ୍ରୀ, ସେଲିବ୍ରିଟି ଓ ନାମୀଦାମୀ ଲୋକ ବୁଡ଼ ପକାଇ ସାରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ଏହାଛଡ଼ା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାଙ୍କର କ୍ୟାବିନେଟ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ରାମଦେବ ବାବାଙ୍କଠାରୁ ଆରମ୍ଭ କରି ହେମାମାଳିନୀ ମଧ୍ୟ କୁମ୍ଭରେ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି ।

ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ, ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ । ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି । ତଥାପି, ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ ।

ଅଧିକ ପଢ଼ନ୍ତୁ: ସଙ୍ଗମରେ ବୁଡ଼ ପକାଇଲେ, ଗଙ୍ଗା ମା’ଙ୍କୁ ପୂଜା କଲେ ନରେନ୍ଦ୍ର ମୋଦୀ

OTV is now on Whatsapp

Join and get latest news update delivered to you via whatsapp

Join Now