Advertisment

Today Gold Price: ବଦଳିଲା ସୁନା-ରୂପା ଦର; ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold Price

Gold Price

ବିବାହ ଋତୁରେ ମହରଗ ହେବାରେ ଲାଗିଛି ସୁନା । ଦିନକୁ ଦିନ ହୁ ହୁ ହୋଇ ବଢୁ ଚାଲିଛି ସୁନା ଦର । ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ବଜେଟ୍ ଆସିବା ପରେ ଲଗାତର ସୁନା ଦର ବଢ଼ିବାରେ ଲାଗିଛି । କିନ୍ତୁ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ସୁନା ଦର ସହ ଆଜି ରୂପା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର।

Advertisment

ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ଗତକାଲି ଠାରୁ ଆଜିର ଦର ଉଚ୍ଚା ରହିଛି। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୭୯,୪୫୦ ଟଙ୍କା ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୭୯,୮୦୦ଟଙ୍କାରେ ପହଞ୍ଚିଛି।

ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୬,୬୭୦ଟଙ୍କାରୁ ବଢି ୮୭,୦୬୦ ଟଙ୍କାରେ ପହଞ୍ଚିଛି। କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୮୦୦ ଟଙ୍କା ରହିଛି। ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।

Advertisment

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

  • ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
  • ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
  • ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

  • ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
  • ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ।
  • ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।
Today Gold Price
Advertisment
Advertisment