/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739090585.jpg)
Encounter in Chattisgarh
ଛତିଶଗଡରେ ବଡ ଧରଣର ଏନକାଉଣ୍ଟର । ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩୧ ମାଓବାଦୀ । ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଆଜି ସକାଳେ ଏହି ଏନ୍କାଉଣ୍ଟର୍ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ୍ । ତେବେ ସେହି ଅଞ୍ଚଳରେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଅଧିକ ପଢ଼ନ୍ତୁ: ବଡ଼ ଧରଣର ଏନକାଉଣ୍ଟର; ଖତମ୍ ୧୪ ମାଓବାଦୀ
ବସ୍ତର ପୋଲିସର ସୂଚନା ମୁତାବକ, ଏହି ଏନକାଉଣ୍ଟରରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଯବାନ ଆଖି ବୁଜିଛନ୍ତି । ଅନ୍ୟ ୨ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାର ସୂଚନା ମିଳୁଛି । ସେହିପରି ଏନକାଉଣ୍ଟର ସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଜବତ କରାଯାଇଛି । ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ମୃତ ମାଓବାଦୀଙ୍କ ଚିହ୍ନଟ କରାଯାଉଛି ।
ଗତ ଜାନୁଆରୀ ୧୯ ତାରିଖ ରାତିରେ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ। ଏସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ମିଳିତ ଅପରେସନ୍। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।
ଗତ ଜାନୁଆରୀ ୨୦ ତାରିଖରେ ୨ ମହିଳା ମାଓ କ୍ୟାଡର୍ ନିହତ ହୋଇଥିଲେ। ସେହି ଅପରେସନ ଜାରି ରହିଥିଲା। ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟରେ ୧୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ବଡ଼ ଅପରେସନରେ ମୋଟ ୧୪ ମାଓବାଦୀ ନିହତ ହୋଇଥିଲେ । ସେମାନଙ୍କ ପାଖରୁ ବିପୁଳ ପରିମାଣର IED ଓ ବନ୍ଧୁକ ଜବତ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)