Advertisment

Station Closed: ମହାକୁମ୍ଭରେ ଅସମ୍ଭାଳ ଭିଡ, ବନ୍ଦ ହେଲା ଆଉ ଏକ ଷ୍ଟେସନ

ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

author-image
Saroj Kumar Jena
prayagraj

prayagraj

ମହାକୁମ୍ଭରେ ମହାଜାମ୍। ଭିଡ଼କୁ ଦେଖି ବନ୍ଦ ହେଲା ପ୍ରୟାଗରାଜ ସଙ୍ଗମ ଷ୍ଟେସନ୍। ଗତକାଲିଠାରୁ ତତ୍କାଳ ଷ୍ଟେସନକୁ ଯାତ୍ରୀଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଏନେଇ ସୂଚନା ଦେଇଛି ନର୍ଥ ସେଣ୍ଟ୍ରାଲ୍ ରେଲୱେ। ମହାକୁମ୍ଭକୁ ପ୍ରତିଦିନ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଦିନେ ପରେ ରହିଛି ମାଘ ପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

ଏଣିକି ସାଧାରଣ ଶ୍ରେଣୀର ଯାତ୍ରୀମାନେ ପ୍ରୟାଗରାଜ ଜଙ୍କସନରେ ଥିବା ରଙ୍ଗରେ କୋଡେଡ୍ ଯାତ୍ରୀ ଆଶ୍ରୟସ୍ଥଳ ସେଡରୁ ପ୍ରବେଶ କରିବେ। ସଂରକ୍ଷିତ ବର୍ଗର ଯାତ୍ରୀଙ୍କୁ ୫ ନମ୍ବର ଗେଟରୁ ପ୍ରବେଶ କରିବାକୁ ହେବ। ଏହି ପ୍ରୋଟୋକଲ ଗତକାଲିଠାରୁ ଲାଗୁ ହୋଇଛି। ପୂର୍ବରୁ ଦାରାଗଞ୍ଜ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା। ଏବେ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମହାକୁମ୍ଭରେ ୪୧ କୋଟିରୁ ଅଧିକ ଶ୍ରଦ୍ଧାଳୁ, ସାଧୁସନ୍ଥ ବୁଡ଼ ପକାଇ ସାରିଲେଣି।

Advertisment

ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପରିବହନ ପାଇଁ ଭାରତୀୟ ରେଳବାଇ ୧୦,୦୦୦ ନିୟମିତ ଟ୍ରେନ୍ ଚଲାଉଥିବା ବେଳେ ୩୧୩୪ ଟି ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି । ଅଧିକାରୀମାନେ କହିଛନ୍ତି ଯେ ମହାକୁମ୍ଭ ପାଇଁ ମୋଟ ୧୮୬୯ ଟି ସ୍ୱଳ୍ପ ଦୂରଗାମୀ ଟ୍ରେନ୍(short-distance trains), ୭୦୬ଟି ଦୂରଗାମୀ ଟ୍ରେନ୍ (long distance train) ଏବଂ ୫୫୯ଟି ରିଙ୍ଗ ଟ୍ରେନ୍ (ring train) ଚଳାଚଳ କରୁଛି ।

ରେଳ ମନ୍ତ୍ରଣାଳୟ ମହାକୁମ୍ଭ ପାଇଁ କିଛି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛି । ଏହି ପ୍ରକଳ୍ପ ଗୁଡ଼ିକର ମୋଟ ମୂଲ୍ୟ ୩୭୦୦ କୋଟି ଟଙ୍କା ବୋଲି ଜଣାପଡିଛି । ତେବେ ସଙ୍ଗମ ଏବଂ ଏହା ସଂଲଗ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରମୁଖ ଅଂଶ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟାନ୍ୟ ଅଂଶର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ମିଳିଛି । ୨୦୨୫ ମହାକୁମ୍ଭକୁ ମୋଟ ୪୫ କୋଟି ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଇ ଥିବା ବେଳେ କେବଳ ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ଅବସରରେ ୫ କୋଟି ତୀର୍ଥଯାତ୍ରୀ ଆସିଥିଲେ।

ମୌନି ଅମାବାସ୍ୟା ଅବସରରେ ଅସମ୍ଭାଳ ଭିଡରେ ଦଳାଚକଟା ହୋଇଥିବା ବେଳେ ୩୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହା ପରଠାରୁ ଭିଡ ନିୟନ୍ତ୍ରଣ ପାଇଁ ଭିଆଇପି ଯାତ୍ରା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ଉତ୍ତର ପ୍ରଦେଶ ସରକାର।

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

Kumbh Mela Trains Mahakumbh 2025
Advertisment
Advertisment