Advertisment

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ।

author-image
Manoranjan Sial

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ପରଭେଶ ବର୍ମା। ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପାଣି ପିଆଇଦେଇଥିବା ବିଜେପିର ଜିଆଣ୍ଟ କିଲର। ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏପରିକି ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ହେଉଥିଲା।

Advertisment
BJP AAP Delhi Elections
Advertisment
Advertisment