/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739100384.jpg)
Amit Shah on Bijapur encounter
ଛତିଶଗଡ ଏନକାଉଣ୍ଟରକୁ ବଡ ସଫଳତା କହିଲେ ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲମୁକ୍ତ ଭାରତ ଗଠନରେ ଯବାନକୁ ବଡ ସଫଳତା ମିଳିଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଭାରତ ନକ୍ସଲମୁକ୍ତ ହେବ । ଦେଶରୁ ନିଶ୍ଚିତ ଭାବେ ନକ୍ସଲବାଦର ମୂଳୋତ୍ପାଟନ କରିବୁ ବୋଲି କହିଛନ୍ତି ଶାହ । ଏଥିସହ ମାଓ ଅପରେସନରେ ସହିଦ୍ ଦୁଇ ଯବାନଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।
नक्सल मुक्त भारत बनाने की दिशा में सुरक्षा बलों ने छत्तीसगढ़ के बीजापुर में बड़ी सफलता हासिल की है। इस ऑपरेशन में 31 नक्सलियों को ढेर करने के साथ ही भारी मात्रा में हथियार और विस्फोटक सामग्री भी बरामद की गयी है।
मानवता विरोधी नक्सलवाद को समाप्त करने में आज हमने अपने दो बहादुर…
— Amit Shah (@AmitShah) February 9, 2025
ଛତିଶଗଡରେ ବଡ ଧରଣର ମାଓ ଅପରେସନ ପରେ ଅମିତ୍ ଶାହ ଟ୍ୱିଟ୍ କରିଛନ୍ତି, ନକ୍ସଲମୁକ୍ତ ଭାରତ ଦିଗରେ ଏହା ଏକ ବଡ ସଫଳତା । ଏହି ଅପରେସନରେ ୩୧ ନକ୍ସଲଙ୍କ ମୃତ୍ୟୁ ଘଟିଛି । ବିପୁଳ ପରିମାଣର ବିସ୍ଫୋରକ ମିଳିଛି । ମାନବତା ବିରୋଧୀ ନକ୍ସଲ ଲଢ଼େଇରେ ଆମେ ୨ ଯବାନଙ୍କୁ ହରାଇଛୁ । ଦେଶ ଏହି ବୀରମାନଙ୍କ ପ୍ରତି ସର୍ବଦା ଋଣୀ ରହିବ । ସହିଦ ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନିଶ୍ଚିତରେ ଦେଶକୁ ନକ୍ସଲମୁକ୍ତ କରିବୁ । ଯାହାଦ୍ୱାରା ଦେଶର କୌଣସି ନାଗରିକଙ୍କୁ ନକ୍ସଲବାଦ ଯୋଗୁଁ କେବି ବି ଜୀବନ ହରାଇବାକୁ ପଡିବନି ବୋଲି କହିଛନ୍ତି ଅମିତ ଶାହ ।
ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ସଫଳ ମାଓ ଅପରେସନ ପାଇଁ ଯବାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ସହିଦ୍ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଆମର ଡବଲ ଇଞ୍ଜିନ ସରକାର ଗତ ୧୩ ମାସରେ ରାଜ୍ୟରେ ୨୮୨ ନକ୍ସଲଙ୍କୁ ମାରି ସାରିଲାଣି । ୧୦୩୩ ନକ୍ସଲ ଗିରଫ ହୋଇଛନ୍ତି ଏବଂ ୯୨୫ ଜଣ ଆତ୍ମସମର୍ପଣ କରିଛନ୍ତି । ପିଏମ୍ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆମ ରାଜ୍ୟ ନିଶ୍ଚୟ ନକ୍ସଲମୁକ୍ତ ହେବ ।
"गनतंत्र से गणतंत्र"
बीजापुर जिले के नेशनल पार्क क्षेत्र में सुरक्षाबलों की नक्सलियों के साथ हुई मुठभेड़ में अब तक 31 नक्सलियों के मारे जाने की खबर है। सुरक्षाबल के जवान नक्सलियों की मांद में घुसकर उसका खात्मा कर रहे हैं। जवानों को मिली यह कामयाबी सराहनीय है, उनकी बहादुरी को नमन… pic.twitter.com/WH3TvQe8ii
— Vishnu Deo Sai (@vishnudsai) February 9, 2025
ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ
ଆଜି ସକାଳେ ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନ୍କାଉଣ୍ଟର୍ ହୋଇଥିଲା । ଏଥିରେ ୩୧ ମାଓବାଦୀ ନିପାତ ହୋଇଛନ୍ତି । ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନକାଉଣ୍ଟରରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲ ନିଆଯାଇ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଅନ୍ୟ ୨ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)