ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।
ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା। ଏଟିଏସ୍ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି ।
ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍ ରହୁଛନ୍ତି।
ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।
ନିଜ ଜନ୍ମ କଲା ଝିଅକୁ କେନାଲକୁ ଫିଙ୍ଗିଦେଲା ବାପା । ମା’କୁ ଧମକ ଦେଲା, ‘ଏ ବିଷୟରେ କାହାକୁ କହିଲେ, ତତେ ବି ଜୀବନରୁ ମାରିଦେବି’ ।
ବେଲଗାମ୍ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡିଙ୍କ ପରଲୋକ ହୋଇଛି। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।
୨୪ ମହାସମର ପୂର୍ବରୁ ରାଜନୈତିକ ଦଳଙ୍କ ମହାମେଳି । ଶକ୍ତି ପ୍ରଦର୍ଶନ ମୁଡରେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ସମେତ ମିଳିତ ବିରୋଧୀ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଥିବା ବେଳେ, ବିଜେପି ନେତୃତ୍ୱାଧୀନ NDA କାଲି ଦିଲ୍ଲୀରେ ବଳ ଦେଖାଇବ । ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଂଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୪କୁ ବଢ଼ିବ ବୋଲି ଆଶା ରଖିଛି । ତେଣେ NDA ବୈଠକରେ ୩୮ଟି ଦଳ ଏକାଠି ହେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଣେ ବିଜେଡି ସମଦୂରତା ନୀତିରେ ବଜାୟ ରହିଥିବା ଦୋହରାଇଛି ।
ବୈଠକରେ କଂଗ୍ରେସରୁ ସୋନିଆ, ରାହୁଲ ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ମମତା, ଅଖିଳେଶ, ନୀତୀଶ,ଲାଲୁ, ତେଜସ୍ୱୀ, ଫାରୁକ୍, ମେହବୁବା ଓ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ ।
ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।
୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।
ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।
ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।
ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍ବୁକ୍ରେ ଏକ ଫେକ୍ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।
ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।
ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।
ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ
ମହଙ୍ଗା ପଡିଲା ମୋମୋ ଚ୍ୟାଲେଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି ।
ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।
ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।
ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।
ଯୁବକ ଜଣକ ଜଣେ ସହକର୍ମୀଙ୍କ ସହ କାମ କରୁଥିଲେ । କାମ କରିବା ସମୟରେ କୌଣସି ଏକ ଜିନିଷକୁ ଲୁହା କଣ୍ଟାରେ ଆଘାତ କରୁଥିଲେ । ହେଲେ କଣ୍ଟାଟି ହଠାତ୍ ପଲଟିପଡ଼ି ତାଙ୍କ ମୁଣ୍ଡରେ ପଶିଯାଇଥିଲା ।