Advertisment

ଦିଲ୍ଲୀ ହେଲା ଦରିଆ : ୟୁଏଇରୁ ଫେରି ବନ୍ୟାସ୍ଥିତି ସମ୍ପର୍କରେ ପଚାରି ବୁଝିଲେ ମୋଦି

ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା

author-image
Prangyan Parimita
PM Modi Speaks To Delhi Lt Governor Over Flood Situation

PM Modi Speaks To Delhi Lt Governor Over Flood Situation

ଦିଲ୍ଲୀର ଯମୁନା ବନ୍ୟା ସ୍ଥିତିରେ ଏବେ ମଧ୍ୟ ବିଶେଷ ସୁଧାର ଆସିନି । ଯମୁନା ନଦୀ ୪୫ ବର୍ଷର ରେକର୍ଡ ଭାଙ୍ଗି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ତା ଉପରେ ଗତକାଲି ସଂଧ୍ୟାରେ ଜୋର୍ ବର୍ଷା ହୋଇଛି । ପ୍ରାୟ ୧୧ ମିଲିମିଟର ବର୍ଷା ହୋଇଥିବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ଦ୍ୱାରା ବହୁ ଅଞ୍ଚଳରେ ପାଣି ଜମି ରହିଛି ।

Advertisment

ଗତ ସଂଧ୍ୟାରେ ଟ୍ରାଫିକ ସମସ୍ୟା ମଧ୍ୟ ହୋଇଥିଲା । ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ହାତନି କୁଣ୍ଡ ବ୍ୟାରେଜ ଖୋଲାଯିବା ପରେ ଦିଲ୍ଲୀରେ ହୋଇଛି ଏହି ସାଂଘାତିକ ସ୍ଥିତି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଥିବା ବେଳେ ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଛି । ରିଲିଫ ଓ ଉଦ୍ଧାର ପାଇଁ ମୁତୟନ ହୋଇଛନ୍ତି NDRF, ସ୍ଥଳସେନା ଓ ନୌସେନା । ୪ ହଜାରରୁ ଅଧିକ ଟ୍ରାଫିକ ପୋଲିସ ମୁତନୟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଯମୁନା ବ୍ୟାରେଜର ୫ଟି ଯାକ ଗେଟ୍ ଖୋଲିବାକୁ ଚେଷ୍ଟା କରାଯାଉଛି, ଏହା ଦ୍ୱାରା ସହରର ଜଳ ନିଷ୍କାସନ ହୋଇପାରିବ । ବର୍ଷା ନ ହେଲେ ସ୍ଥିତି ସୁଧରିଯିବ ବୋଲି ଆଶ୍ୱାସନା ଦେଇଛନ୍ତି କେଜରିୱାଲ । ୪ ଦିନ ତଳର ସ୍ଥିତି ଆଜି ନ ଥିଲେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି । ଯମୁନାର ଜଳସ୍ତର ସର୍ବୋଚ୍ଚ ୨୦୮.୬୬ ମିଟରକୁ ଛୁଇଁଥିଲା । ସାମାନ୍ୟ ଖସି ଏବେ ତାହା ୨୦୬.୯୭ ରହିଛି ।

Advertisment

ଆଜି ମଧ୍ୟ ସ୍କୁଲ କଲେଜ ଓ ଜରୁରୀ ନ ଥିବା ଅଫିସ ବନ୍ଦ ରହିବ । ଫ୍ରାନସ ଓ ଦୁବାଇ ଗସ୍ତରୁ ଫେରିବା ସାଙ୍ଗେ ସାଙ୍ଗେ ଦିଲ୍ଲୀର ବନ୍ୟା ସ୍ଥିତି ନେଇ ଲେଫଟନାଣ୍ଟ ଗଭର୍ଣ୍ଣରଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ...

ସେପଟେ ଫ୍ରାନ୍ସ ଓ ୟୁଏଇ ଗସ୍ତ ଶେଷ କରି ସ୍ୱଦେଶ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସଂଧ୍ୟାରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଗତକାଲି ସକାଳେ ସେ ୟୁଏଇ ରାଜଧାନୀ ଆବୁଧାବିରେ ପହଞ୍ଚି ସେଠାକାର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରତିରକ୍ଷା, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ଚୁକ୍ତି ଓ ରାଜିନାମା ସ୍ୱାକ୍ଷରିତ ହୋଇଛି ।

PM Modi Delhi Flood Situation Lt Governor
Advertisment
Advertisment