/odishatv-khabar/media/post_attachments/uploadimage/library/16_9/16_9_0/girlfriend_1689580049.jpg)
girlfriend
ସୋସିଆଲ ମିଡିଆରେ ଭାଇରାଲ ହେଲା ଯୁବକଙ୍କ ଅଶ୍ଳୀଳ ଫଟୋ । ପ୍ରେମିକର ନଗ୍ନ ଫଟୋ ଭାଇରାଲ କରିଦେଲା 420 ପ୍ରେମିକା । ଖାଲି ସେତିକି ନୁହେଁ, ପ୍ରେମ ଆଳରେ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକା । ସମ୍ପର୍କ ରଖିବା ପରେ ଯୁବକଙ୍କ କିଛି ଅଶ୍ଳୀଳ ଫଟୋ ଉଠାଇ କଲା ବ୍ଲାକ୍ମେଲ୍ । ଯୁବକଙ୍କୁ ବାରମ୍ବାର ଫୋନ୍ କରିବା ସହ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା ଗର୍ଲଫ୍ରେଣ୍ଡ । ଯୁବକ ଜଣକ ଏତେଗୁଡ଼ାଏ ଟଙ୍କା ଦେଇ ନପାରିବାରୁ ତାଙ୍କ ଫଟୋ ଯୁବତୀ ଭାଇରାଲ କରିଥିବା ଅଭିଯୋଗ କରାଯାଇଛି ।
ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆସିଛି । ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଚାକିରି ଚାଲିଯାଇଛି । ଖାଲି ସେତିକି ନୁହେଁ, ଯୁବକଙ୍କ ବିବାହ ପାଇଁ ଆସିଥିବା ପ୍ରସ୍ତାବ ମଧ୍ୟ ଭାଙ୍ଗି ଯାଇଛି । ଘଟଣାକୁ ନେଇ ପୀଡ଼ିତ ଯୁବକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ ପ୍ରୟାଗରାଜର ଜଣେ ଯୁବକ ସରୋଜିନୀ ନଗରର ଶିଳ୍ପାଞ୍ଚଳରେ ଚାକିରି କରୁଥିଲେ । ଚାକିରି କରିଥିବାରୁ ଲକ୍ଷ୍ନୌର ଆଜାଦ ନଗରରେ ଏକ ଆପାର୍ଟମେଣ୍ଟରେ ଭଡ଼ା ନେଇ ରହୁଥିଲେ । ସେହିଠାରେ ପୂର୍ବରୁ ଜଣେ ଯୁବତୀ ମଧ୍ୟ ଭଡ଼ା ନେଇ ରହୁଥିଲେ । ଗୋଟିଏ ଅପାର୍ଟମେଣ୍ଟରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା । ପରେ ଉଭୟ ଫୋନ୍ରେ ଚାଟିଂ କରିବା ସହ ଧୀରେ ଧୀରେ ସମ୍ପର୍କରେ ଆସିଥିଲେ ।
ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ । ଶାରୀରିକ ସମ୍ପର୍କ ସମୟରେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ । ତା’ପରେ ଫଟୋ ଗୁଡ଼ିକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ତେବେ ସେହି ସମୟରେ ଯୁବତୀଙ୍କୁ ଏପରି ନକରିବାକୁ ଯୁବକ ଅନେକ ବୁଝାଇଥିଲେ । ହେଲେ ସେ ବୁଝିନଥିଲେ । ଶେଷରେ ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ସୋସିଆଲ ମିଡିଆ ଫେସ୍ବୁକ୍ରେ ଏକ ଫେକ୍ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ । ଖାଲି ସେତିକି ନୁହେଁ, ଯୁବକଙ୍କ ସାଙ୍ଗ ଓ ସମ୍ପର୍କୀୟ ମାନଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ଏହାକୁ ନେଇ ବୟଫ୍ରେଣ୍ଡ ଥାନାରେ ଅଭିଯୋଗ କରିବା ସହିତ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି କହିଛନ୍ତି । ଏବଂ ଏହି କାରଣରୁ ସେ ଚାକିରି ମଧ୍ୟ ହରାଇଛନ୍ତି । ବିବାହ ପାଇଁ ସ୍ଥିର ହୋଇଥିବା ବାହାଘର ମଧ୍ୟ ଭାଙ୍ଗିଯାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)