• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୫ ଦିନରୁ ଅଧିକ ହେଲାଣି ଯମୁନା ନଦୀର ବନ୍ୟା ପାଣିରେ ଉବୁଟୁବୁ ଦିଲ୍ଲୀ । ଯମୁନାର ଜଳସ୍ତର କମିଥିଲେ ବି ବିପଦ ସଙ୍କେତ ତଳକୁ ଖସିନି । ଗତକାଲି ସନ୍ଧ୍ୟାରେ ହୋଇଥିବା ମୂଷଳ ବର୍ଷା ବୋଝ ଉପରେ ନଳିତା ବିଡା ଭଳି ହୋଇଛି । ଖାଦ୍ୟଠାରୁ ଆରମ୍ଭ କରି ପାନୀୟ ଜଳ ସବୁ କ୍ଷେତ୍ରରେ ସମସ୍ୟା ଉପୁଜିଛି । ଅଗ୍ନିଶମ, NDRF ସହ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତଥାପି ଦିଲ୍ଲୀ ସ୍ଥିତି କେବେ ସ୍ବାଭାବିକ ହେବ ଆକଳନ କରିବା ମୁସ୍କିଲ ହୋଇପଡିଛି ।

ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି । ଏବେ ବି ରାଜରାସ୍ତାରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି । ଯମୁନା ବଜାର, ଆଇଟିଓ, ରାଜଘାଟ, ଇନ୍ଦ୍ରପ୍ରସ୍ଥ, ମୋରି ଗେଟ୍ ଆଦି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ଏସବୁ ଅଞ୍ଚଳର ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଏ ହେଉଛି ଆକାଶମାର୍ଗରୁ ଉତ୍ତୋଳନ ଭିଡିଓ । ଲାଲକିଲ୍ଲା ଚାରିପାଖରେ ଘେରି ରହିଛି ବନ୍ୟା ପାଣି ।

ଲାଲକିଲ୍ଲାର ରାସ୍ତାଘାଟ ସହ ଏହା ଆଖପାଖ ଅଞ୍ଚଳ ବୁଡି ରହିଛି । ଗାଡିମୋଟର ତ ଯିବା ଦୂରର କଥା, ଚାଲିକି ଯିବା ବି କଷ୍ଟକର ବ୍ୟାପାର । ବିଭିନ୍ନ ରିଲିଫ କ୍ୟାମ୍ପରେ ବନ୍ୟା ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି । ଯମୁନା ବ୍ୟାରେଜର ଗେଟ୍ ଉପରେ ନଜର ରଖିଛନ୍ତି ଭାରତୀୟ ନୌସେନା ଯବାନ । ଏହି ବ୍ୟାରେଜର କେତେକ ଗେଟ୍ ଖୋଲି ଦିଆଯାଇଥିବା ବେଳେ ଆଉ କେତୋଟି ଗେଟ୍ ଖୋଲିହେଉନି ।

ସେସବୁ ଗେଟକୁ ଖୋଲିବା ଲାଗି ଲାଗିପଡିଛନ୍ତି ଯବାନ । ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ତଦାରଖ କରୁଛନ୍ତି ବିଭିନ୍ନ ଅଧିକାରୀ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆପ୍ ର ବିଭିନ୍ନ ରାଜନେତା ରିଲିଫ କ୍ୟାମ୍ପ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଏନଡିଆରଏଫ, ଅଗ୍ନିଶମ, ସରକାରୀ ପଦାଧିକାରୀ ବିଭିନ୍ନ ଅଞ୍ଚଳ ବୁଲି ବିପନ୍ନଙ୍କୁ ଉଦ୍ଧାର ସହ ରିଲିଫ ଯୋଗାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ସାରି ଦିଲ୍ଲୀ ଫେରିବା ପରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କଠାରୁ କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଛନ୍ତି ମୋଦି ।

  • Reported by:
  • SIBANANDA ROUT