• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଛୁଟି ଆଗ୍ରହ୍ୟ ପରେ ଚାକିରିରେ ଯୋଗ ଦେଲେ IAS ସୁଜାତା କାର୍ତ୍ତିକେୟନ । ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କଲେ ଜଏନ୍ । ସୁଜାତା ଯୋଗ ଦେବା ପରେ ନଭେମ୍ବର ୨୭କୁ ନେଇ ବଢିଲା ଚର୍ଚ୍ଚ। । କାହିଁକି ନା ଠିକ୍ ବର୍ଷେ ତଳେ ଏହି ୨୭ ତାରିଖରେ ହିଁ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ସ୍ୱାମୀ ଭି.କେ. ପାଣ୍ଡିଆନ । ଅନ୍ୟପଟେ ସୁଜାତା ଚାକିରିରେ ଯୋଗ ଦେବା ପରେ ସରକାର ତାଙ୍କୁ ଏବେ କେଉଁ ପଦବିରେ ଅବସ୍ଥାପିତ କରୁଛନ୍ତି ତାକୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ନଭେମ୍ବର ୨୭। ପାଣ୍ଡିଆନ ଦମ୍ପତିଙ୍କ ପାଇଁ ସଂଯୋଗ ନା ଦୁର୍ଯୋଗ ? ନଭେମ୍ବର ୨୭, ୨୦୨୩ରେ ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ । ଆଉ ଆଜି ନଭେମ୍ବର ୨୭, ୨୦୨୪ । ଛୁଟି ଆବେଦନ ଅଗ୍ରାହ୍ୟ ହେବାରୁ ଚାକିରିରେ ଯୋଗ ଦେଲେ ପତ୍ନୀ ସୁଜାତା କାର୍ତ୍ତିକେୟନ । ଏହି ଦମ୍ପତିଙ୍କ ସହ ନଭେମ୍ବର ୨୭ ସଂଯୋଗକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ଏକଦା ଅଖଣ୍ଡ କ୍ଷମତାର ଅଧିକାରିଣୀ ସୁଜାତା କାର୍ତ୍ତିକେୟନଙ୍କୁ ଆଉ ୬ ମାସ ଛୁଟି ଦେବାକୁ ରୋକଠୋକ ମନା କରିଦେଇଛନ୍ତି ମୋହନ ସରକାର । ଯା ଫଳରେ ଇଛା ନଥାଇ ବି ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସେ ଯୋଗ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାଜଧାନୀକୁ ଗ୍ରାସିଲା ଶିଶୁବିକ୍ରି କଳଙ୍କ, ୪ ବର୍ଷର ଝିଅକୁ ବିକିଦେଲେ ବିହାରୀ ଦଂପତି

ନିର୍ବାଚନରେ ବିଜେଡିର ପରାଜୟ ଏବଂ ବିଜେପି ସରକାରକୁ ଆସିବାରୁ ହଠାତ୍ ୬ ମାସିଆ ଛୁଟିରେ ପଳାଇ ଥିଲେ ସୁଜାତା । ନଭେମ୍ବର ୪ରେ ଆଉ ୬ ମାସ ଛୁଟି ବଢ଼ାଇବାକୁ ଆବେଦନ କରିଥିଲେ, ଯାହାକୁ ସରକାର ଗ୍ରହଣ କରିନାହାନ୍ତି । ନିର୍ବାଚନ ବେଳେ ସୁଜାତାଙ୍କ ବିରୋଧରେ ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଙ୍ଘନ ନେଇ ବିଜେପି କମିଶନଙ୍କ ଦ୍ୱାରସ୍ଥ ହେବାରୁ ବାଜିଥିଲା ନିର୍ବାଚନୀ ଛାଟ । ଦୀର୍ଘ ଦିନ ମିଶନ୍ ଶକ୍ତିକୁ କବଜାରେ ରଖି ଶାସକ ବିଜେଡି ଦଳକୁ ସେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ସୁଜାତା ଡ୍ୟୁଟିରେ ଯୋଗ ଦେବା ପରେ ଆଗାମୀ ଦିନରେ ପ୍ରଶାସନରେ ତାଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ସରକାରକୁ ଆସିବା ପରେ ପ୍ରଶାସନିକ ସ୍ତରରେ କରିଥିଲା ବଡ଼ ଧରଣର ଅଦଳବଦଳ । ବିଶେଷ ପାଣ୍ଡିଆନ ମାର୍କା ଅଫିସର ତଥା କୋଟେରୀ ଗ୍ରୁପକୁ ବଦଳି କରି ଲୋକ ସେବା ଭବନରୁ ବାହାର କରିଥିଲେ । ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀ, ଆର ଭିନିଲକ୍ରିଷ୍ଣା ଲ୍ୟାଣ୍ଡ ରେକର୍ଡ ସେଟଲମେଣ୍ଟ, ଏବଂ ରୁପା ରୋଶନଙ୍କୁ ଦକ୍ଷିଣାଞ୍ଚଳ ଆରଡିସିକୁ ବଦଳି କରିଥିଲେ । ସେହିପରି ଆଇପିଏସ ଆଶିଷ ସିଂ ଏବଂ ଡିଏସ କୁଟ୍ଟେଙ୍କୁ ଗୃହ ବିଭାଗରେ OSD କରି ବସା ଯାଇଥିବା ବେଳେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା ବି ଚାଲିଛି । ତେଣୁ ସୁଜାତାଙ୍କୁ ସରକାର କେଉଁଠି ଅବସ୍ଥାପିତ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ପ୍ରଥମ ଥର ଓଡ଼ିଶାରେ ପାଳନ ହେବ ନୌସେନା ଦିବସ; ୫୦ରୁ ଅଧିକ ଏୟାରକ୍ରାଫ୍ଟ ଦେଖାଇବେ ରଣକୌଶଳ

  • Reported by:
  • JAGDISH DAS , KAPILENDRA PRADHAN , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now