ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ। ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଉଛି ଦଣ୍ଡ । ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ପାରାଦୀପର ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଏଭଳି ବର୍ବରକାଣ୍ଡ କରିଛନ୍ତି ।
ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର ।
ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।