Advertisment

Navy Day Celebrations In Puri: ପ୍ରଥମ ଥର ଓଡ଼ିଶାରେ ପାଳନ ହେବ ନୌସେନା ଦିବସ; ୫୦ରୁ ଅଧିକ ଏୟାରକ୍ରାଫ୍ଟ ଦେଖାଇବେ ରଣକୌଶଳ

ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Sujit kumar Swain
undefined

Navy Day Celebrations In Puri

ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀ ତଟରେ ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ବସିବା ପାଇଁ ବ୍ଳୁ ଫ୍ଳାଗ୍ ବିଚ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଲାଇଟ୍ ହାଉସ୍ ଠାରୁ ଦିଗବାରେଣି ଖୁଣ୍ଟି ଏବଂ ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ସବୁସ୍ଥାନରେ ଦେଖିହେବ ନୌସେନାର ରଣ କୌଶଳ। 

Advertisment

ନୀଳ ସମୁଦ୍ରର ଉତଙ୍ଗ ଜଳରାଶିରେ ଚକ୍କର କାଟୁଛି ବିଶାଳ ଜାହାଜ। ତଟ ଉପରେ ସତର୍କ ନଜର ରଖିଛି ନୌସେନାର ପାୱାର ବୋଟ୍। ଉପରେ ଘନ ଘନ ପଇଁତରା ମାରୁଛି ହେଲିକେପଟର। ଏପଟେ କୂଳରେ ଯୁଦ୍ଧଭୂମିର ଭ୍ରମ। ଘୁଁ ଘୁଁ ଗର୍ଜନ ସହ ପ୍ରସ୍ତୁତ ହେଉଛି ଯୁଦ୍ଧ ଟ୍ୟାଙ୍କ୍। ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ। ନୌସେନାର ବୀରତ୍ୱର ବାର୍ତ୍ତା ଦେଇ ପରେଡ୍ କରିବେ ଇଣ୍ଡିଆନ୍ ନେଭିର ଯବାନ। ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ। 

ଅଧିକ ପଢନ୍ତୁ: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !

ଏପଟେ ରେଡ୍ କାର୍ପେଟରେ ସଜେଇ ହେଲାଣି ବ୍ଲୁ ଫ୍ଲାଗ୍ ବିଚ୍ । ମଝିରେ ତିଆରି ହୋଇଛି ମଂଚ୍। ଯେଉଁଠି ବସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାର ଠିକ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଡିଛି ବିରାଟ ଷ୍ଟେଜ। ୩ ହଜାରରୁ ଅଧିକ ଅତିଥି ବସିବା ପାଇଁ ସ୍ୱତନ୍ତ୍ର ଚେୟାରର ବ୍ୟବସ୍ଥା କରାଯାଇଛି। ନୌସେନାର ରଣକୌଶଳ ସମ୍ପର୍କରେ ସୂଚନା ଦେବାକୁ ପାଖରେ ନିର୍ମାଣ ହୋଇଛି ଅପରେଟିଂ ରୁମ୍। କେବଳ ବ୍ଲୁ ଫ୍ଲାଗ୍ ବିଚ୍‌ରେ ନୁହେଁ, ଦିଗବାରେଣୀ ଖୁଣ୍ଟିଠାରୁ ଲାଇଟ ହାଉସ ବେଳାଭୂମି ଏବଂ ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ସବୁଠି ରହି ନୌସେନାର ଦୁଃସାହସିକ କୌଶଳ ଦେଖିହେବ। ତେଣୁ ସମସ୍ତେ ବ୍ଲୁ ଫ୍ଲାଗ୍ ବିଚ୍ ନଆସିବାକୁ ଅନୁରୋଧ କରିଛି ପୁରୀ ପ୍ରଶାସନ। ଏଥିସହ ନାଭାଲ୍ ଡେ ପାଳନ ଅବସରରେ ନୌକା ଓ ଜାହାଜ ଚଳାଚଳରେ ଲାଗିବ କଟକଣା। ବନ୍ଦ ରହିବ ଡ୍ରୋନ୍ ଉଡାଣ। ଯୁଦ୍ଧ ବିମାନ ସହ ବାର୍ଡ ହିଟ୍ ଆଶଙ୍କା କରି ବାହାରେ ଅଳିଆ ଆବର୍ଜନା ନପକାଇବାକୁ ପରାମର୍ଶ ଦିଆଯାଇଛି। 

Advertisment

ଓଡ଼ିଶା ତଥା ପ୍ରାଚୀନ କଳିଙ୍ଗ ସହ ବିଶ୍ବର ବିଭିନ୍ନ ଦେଶର ନୌବାଣିଜ୍ୟ ସମ୍ପର୍କ ରହିଛି। ଗର୍ବ ଓ ଗୌରବର ଏହି ସ୍ମୃତିକୁ ଉଜାଗର ରଖିବାକୁ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଳନ ହେବାକୁ ଯାଉଛି ନୌସେନା ଦିବସ। ଏହି ଅବସରରେ ୫୦ରୁ ଅଧିକ ଏୟାରକ୍ରାଫ୍ଟ ରଣକୌଶଳ ଦେଖାଇବେ। ଯାହାର ସାକ୍ଷୀ ରହିବେ ହଜାର ହଜାର ଜନତା। 

କିଛି ମାସ ତଳେ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ବାୟୁସେନା ପକ୍ଷରୁ ସୂର୍ଯ୍ୟ କିରଣ ସୋ କରାଯାଇଥିଲା। ଏବେ ନୌସେନା ଦିବସରେ ଅପରେସନ୍ ଡେମୋରେ ହେବାକୁ ଯାଉଛି ଆଖି ଝଲସା ରଣକୌଶଳ ପ୍ରଦର୍ଶନ। 

ଅଧିକ ପଢନ୍ତୁ: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

Puri Navy
Advertisment
Advertisment