• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ । ଉତ୍ତର ପ୍ରଦେଶ ମିରଟରେ ଏଭଳି ଅଘଟଣ ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି । ଜଳଲାଗି ପାଇଁ ଗାଡ଼ିରେ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗିଥିଲା ।

କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ। ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା । ବିଦ୍ୟୁତ୍ ଝଟକାରେ ମନୀଷ ନାମକ ଜଣେ କାଉଡ଼ିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ୫ ଗୁରୁତରଙ୍କୁ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଏହି ଘଟଣା ପରେ ରାଲି ଚୌହାନ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତ ବିଦ୍ୟୁତ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଥିଲେ। 

ଗତ ମାସରେ ରଥଯାତ୍ରା ଦିନ ତ୍ରିପୁରାର ଉନାକୋଟି ଜିଲ୍ଲାରେ ଏକ ରଥ ଉଚ୍ଚ କ୍ଷମତା ସଂପନ୍ନ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶ ଆସିଯିବାରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିଲେ।