• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାମ କରୁ କରୁ ମୁଣ୍ଡରେ ପଶିଗଲା ଲୁହା କଣ୍ଟା । ଯୁବକଙ୍କୁ ବଞ୍ଚାଇବାକୁ କରାଗଲା ଅପରେସନ୍‌ । ଦୀର୍ଘ ଛଅ ଘଣ୍ଟାର ସଫଳ ଅସ୍ତ୍ରୋପଚାରରେ ଯୁବକ ଏବେ ସୁସ୍ଥ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା କରାଯିବା ସହ ତାଙ୍କ ମୁଣ୍ଡରୁ ଏକ କଣ୍ଟା ବାହାର କରିଛନ୍ତି ଡାକ୍ତର । ଏପରି ଏକ ଘଟଣା କାରଖାନାରେ କାମ କରୁଥିବା ୨୩ ବର୍ଷୀୟ କର୍ମଚାରୀଙ୍କ ସହ ଘଟିଛି ।

ସୂଚନା ମୁତାବକ ଯୁବକ ଜଣକ ଜଣେ ସହକର୍ମୀଙ୍କ ସହ କାମ କରୁଥିଲେ । କାମ କରିବା ସମୟରେ କୌଣସି ଏକ ଜିନିଷକୁ କଣ୍ଟାରେ ଆଘାତ କରୁଥିଲେ । ହେଲେ କଣ୍ଟାଟି ହଠାତ୍‌ ପଲଟିପଡ଼ି ତାଙ୍କ ମୁଣ୍ଡରେ ପଶିଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବା ସହ ଯୁବକଙ୍କୁ ବହୁ ଯନ୍ତ୍ରଣା ହୋଇଥିଲା ।

ନିକଟରେ ଥିବା ସହ-କର୍ମଚାରୀମାନେ ଏହା ଦେଖିବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରମାନେ ଯୁବକଙ୍କୁ ବଞ୍ଚାଇବାକୁ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ପରେ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଯୁବକ ଜଣକ ଜୁଲାଇ ୬ ତାରିଖରେ ଉତ୍ତରପ୍ରଦେଶର ମାଚାଲି ଗାୱନର ବ୍ରହ୍ମା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ଏହି ଘଟଣାକୁ ନେଇ ଗତ ଶୁକ୍ରବାର ଦିନ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛି । ମୋର ଖାଇବାରେ କିଛି ଅସୁବିଧା ହେଉନାହିଁ । ଚାଲିବା ସହ ମୁଁ କଥାବାର୍ତ୍ତା ମଧ୍ୟ କରିପାରୁଛି । କାମକୁ ଫେରିବାକୁ ମୁଁ ଅପେକ୍ଷା କରିଛି ।

ଜୁଲାଇ ୪ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା । ଯୁବକ ଜଣକ ଆହତ ହେବା ପରେ ତାଙ୍କୁ ସହକର୍ମୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।