Advertisment

ନିଆରା ଅଫର୍‌ ! ମୋବାଇଲ୍‌, ଜୋତା କିଣ...ମାଗଣାରେ ଟମାଟୋ ନିଅ

ବେଲଗାମ୍‌ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Get tomatoes free with shoes, phones

Get tomatoes free with shoes, phones

ବେଲଗାମ୍‌ ଟମାଟୋ ଦର। ଟମାଟୋ ଦର ଏତେ ଅଧିକ ଯେ, ଅଧିକାଂଶ ଖାଦ୍ୟରେ ଆପଣ ଟମାଟୋ ପାଇବେ ନାହିଁ। ଏଭଳି ସ୍ଥିତିରେ କିଛି ସ୍ଥାନରେ ଟମାଟୋକୁ ନେଇ ଅଜବ ଘଟଣା ଘଟୁଛି। କେଉଁଠି ଟମାଟୋକୁ ବାଉନ୍ସର ଜଗିଲେଣି ତ ଆଉ କେଉଁଠି ଟମାଟୋ ପାଇଁ ଲୋକଙ୍କ ମଧ୍ୟରେ ଝଗଡ଼ା ହେଲାଣି। ଆଉ କିଏ ଟମାଟୋ ପାଇଁ ଘର ଛାଡ଼ି ଦେଲେଣି। ଏସବୁ ଭିତରେ ଏହାର ଫାଇଦା ଉଠାଉଛନ୍ତି କିଛି ବ୍ୟବସାୟୀ। ଅର୍ଥାତ୍‌ ନିଜ ଦୋକାନରେ ଅନ୍ୟ ଜିନିଷ ବିକ୍ରି ପାଇଁ ଟମାଟୋକୁ ଢାଲ କରି ବ୍ୟବସାୟୀମାନେ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ଯେପରିକି ମୋବାଇଲ୍‌ ହେଉ କି ଜୋତା କିଣିଲେ ମାଗଣାରେ ଟମାଟୋ ମିଳିବ।

Advertisment

ଜୋତା କିଣ, ମାଗଣାରେ ଟମାଟୋ ନିଅ...

ଆପଣ କେବେ ଶୁଣିଛନ୍ତି କି ଜୋତା କିଣିଲେ ମାଗଣାରେ ଟମାଟୋ ମିଳିବ ? କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ପଞ୍ଜାବରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ଗୁରୁଦାସପୁରରେ ଏକ ଜୋତା ଷ୍ଟୋରର ମାଲିକ ଏଭଳି ନିଆରା ଅଫର ଆଣିଛନ୍ତି। ଯଦି କୌଣସି ଗ୍ରାହକ ତାଙ୍କ ଦୋକାନରୁ ଜୋତା କିଣନ୍ତି, ତା’ହେଲେ ମାଗଣାରେ ତାଙ୍କୁ ୨ କିଲୋ ଟମାଟୋ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। 

ଏହି ସ୍ପେଶାଲ୍‌ ଅଫର୍‌ରେ, ଯଦି ଗ୍ରାହକ ୧ ହଜାରରୁ ଦେଢ଼ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ୍‌ର ଜୋତା କିଣିବେ, ତା’ହେଲେ ସେମାନଙ୍କୁ ମାଗଣାରେ ୨ କିଲୋ ଟମାଟୋ ମିଳିବ। 

Advertisment

ମୋବାଇଲ୍‌ କିଣିଲେ ମାଗଣାରେ ମିଳୁଛି ଟମାଟୋ...

ଖାଲି ଜୋତା ନୁହେଁ, ସ୍ମାର୍ଟଫୋନ୍‌ ଉପରେ ମଧ୍ୟ ଏଭଳି ଅଫର୍‌ ମିଳୁଛି। ମଧ୍ୟପ୍ରଦେଶ ଅଶୋକ ନଗର ଅଞ୍ଚଳରେ ଏକ ମୋବାଇଲ୍‌ ଦୋକାନର ମାଲିକ ଦାବି କରିଛନ୍ତି, ଗତ କିଛିଦିନ ହେବ ତାଙ୍କ ଦୋକାନରେ ମୋବାଇଲ୍‌ ବିକ୍ରି ସଂଖ୍ୟା ଅଧିକ ହୋଇଛି। ତେବେ ଟମାଟୋ ଯୋଗୁ ଏହା ସମ୍ଭବପର ହୋଇପାରିଛି। ଯଦି କେହି ତାଙ୍କ ଦୋକାନରୁ ସ୍ମାର୍ଟଫୋନ୍‌ କିଣନ୍ତି, ତା’ହେଲେ ମାଗଣାରେ ତାଙ୍କୁ ୨ କିଲୋ ଟମାଟୋ ଦିଆଯିବ। 

ଏଠି ଆମେ କହି ରଖୁଛୁ ଯେ, ସମସ୍ତେ ଟମାଟୋକୁ ଢାଲ କରି ଏହାର ଫାଇଦା ଉଠାଉ ନାହାନ୍ତି। କିଛି ସଂଗଠନ ହେଉ କି କିଛି ବ୍ୟବସାୟୀ ଏଭଳି ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଉତ୍ତରପ୍ରଦେଶ କାନପୁରର ଗୁରୁଦ୍ୱାର ଓ କୋ-ଅପରେଟିଭ୍‌ ୟୁନିଅନ୍‌ କମ୍‌ ଦରରେ ଟମାଟୋ ବିକ୍ରି କରୁଛନ୍ତି।

ଯେଉଁଠି ଟମାଟୋ କିଲୋ ୧୨୦ ଟଙ୍କାରେ ବିକ୍ରି ହେଉଛି ସେଇଠି କାନପୁରର ଏକ ଗୁରୁଦ୍ୱାରରେ କିଲୋ ପ୍ରତି ୯୦ ଟଙ୍କାରେ ଟମାଟୋ ବିକ୍ରି ହେଉଛି। ସେହିପରି କିଛି ବ୍ୟବସାୟିକ ସଂଗଠନ କାନପୁରର ବିଭିନ୍ନ ସ୍ଥାନରେ ଟମାଟୋ କିଲୋକୁ ୮୦ ଟଙ୍କାରେ ବିକ୍ରି କରୁଛନ୍ତି। 

Advertisment
Advertisment