• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥା ଅଛି ‘ପ୍ୟାର୍‌ କେଲିଏ କୁଛ ଭି କରେଗା’ । ‘ପ୍ରେମ ପାଇଁ କିଛି ବି କରିବାକୁ ତୟାର’ । ସାଧାରଣତଃ ଆମେ ବି ଜାଣିଛନ୍ତି ପ୍ରେମ ଆଗରେ କୌଣସି ବନ୍ଧ ବାଡ଼ କିଛି ବି ମାନେ ରଖେନି । ଜାତି ପ୍ରଥାକୁ ବି ପ୍ରେମ ପକ୍ଷୀ ଗୁରୁତ୍ୱ ଦିଅନ୍ତି ନାହିଁ । ଆପଣ ପ୍ରେମ ପାଇଁ ଜୀବନ ଦେଇଥିବା କଥା ଅନେକ ଶୁଣିଥିବେ । ଏମିତିକି ପ୍ରେମ ପାଇଁ ପ୍ରେମୀ ଯୁଗଳ ଏକାଠି ଜୀବନ ହାରିଥିବା କଥା ମଧ୍ୟ ଶୁଣିଥିବେ । କିନ୍ତୁ ବଲିଉଡ୍ ଫିଲ୍ମ ‘ସୋଲେ’ର ବାସନ୍ତିଙ୍କ ପାଇଁ ବୀରୁ (ଧର୍ମେନ୍ଦ୍ର) ଯେମିତି ପାଣି ଟାଙ୍କି ଉପରେ ଚଢ଼ିଥିଲେ ସେମିତି ଖବର ଆପଣ ଖୁବ୍‌ କମ୍ ଶୁଣିଥିବେ ।

ଆଜି ଆମେ ଠିକ୍‌ ସେମିତି ଏକ କାହାଣୀ ନେଇ ଆସିଛୁ । ଏହା କାହଣୀ ନୁହେଁ ସତ୍ୟ ଘଟଣା । ଜଣେ ବ୍ୟକ୍ତି ନିଜ ପ୍ରେମକୁ ବିବାହ କରିବା ପାଇଁ ଏକ ୧୦୦ ଫୁଟ୍ ଉଚ୍ଚ ମୋବାଇଲ୍‌ ଟାୱାର ଉପରେ ଚଢ଼ିଗଲେ । ଉକ୍ତ ଯୁବତୀଙ୍କ ସହ ତାଙ୍କର ବିବାହ ନକଲେ ଜୀବନ ହାରିଦେବେ ବୋଲି ଧମକ ବି ଦେଲେ । ଏହି ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ।

ବ୍ୟକ୍ତି ଜଣକ ଯାହାକୁ ପସନ୍ଦ କରୁଛନ୍ତି ତାଙ୍କୁ ବିବାହ ପାଇଁ ଜିଦ୍‌ କରିଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ହେଉନଥିଲେ । ତେଣୁ ପରିବାରର ପ୍ରତିବନ୍ଧକୁ ମାତ୍‌ ଦେବା ପାଇଁ ବ୍ୟକ୍ତି ଜଣକ ଟାୱାର ଉପରେ ଚଢ଼ିଗଲେ । ଆଉ ଫୋନ୍‌ ଯୋଗେ ବିବାହ ପାଇଁ ଧମକ ଦେଲେ । ଖବର ପାଇଁ ଅନେକ ଲୋକ ଟାୱାର ତଳେ ରୁଣ୍ଡ ହେଲେ । ଏମିତି ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା । ହେଲେ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲୀପ୍ । ତାଙ୍କ ଘର ଖୁସି ନଗରରେ । ଦିଲ୍ଲୀପଙ୍କୁ ଉଦ୍ଧାର ପରେ ପୋଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ତଥା ତାଙ୍କ ବଡ଼ ଭାଇଙ୍କ କହିବାନୁଯାୟୀ, ଦିଲ୍ଲୀପ ମାନସିକ ଭାବେ ଦୁର୍ବଳ । ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କିଛି ଦିନ ପୂର୍ବରୁ ତାଙ୍କର ଏକ ଗୋଷ୍ଠି ସଂଘର୍ଷ ହୋଇଥିଲା, ସାଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।