Advertisment

ଖୁସି ଖବର !! ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ..

ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା ।

author-image
Manoranjan Behera
ଅଦ୍ୟତନ ହୋଇଛି
Sahara Chitfund

Sahara Chitfund

ସାହାରା ଚିଟଫଣ୍ଡ ଜମାକାରୀ ଫେରିପାଇବେ ସେମାନଙ୍କ ଟଙ୍କା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା । ଏନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ ।

Advertisment

ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଦାବି କରିଥିଲେ । ଏହାପରେ କେନ୍ଦ୍ର ସରକାର ଏହି ରିଫଣ୍ଡ ପୋର୍ଟାଲ ନେଇ ନିଷ୍ପତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ୍‌ କର୍ପୋରେସନ (ଏସ୍‌ଆଇଆର୍‌ଇସିଏଲ୍‌) ଓ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ ଲିମିଟେଡ୍‌ (ଏସ୍‌ଏଚ୍‌ଆଇସିଏଲ୍‌)ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସାହାରା-ସେବି ଆକାଉଣ୍ଟ୍‌ ଖୋଲିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିବେଶକମାନଙ୍କୁ ୨୪,୪୦୦ କୋଟି ଟଙ୍କା ଫେରାଇବାକୁ ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏସମ୍ପର୍କିତ ମାମଲାର ବିଚାର ଏବେବି ଜାରି ରହିଛି।

Advertisment
Refund Chitfund Case
Advertisment
Advertisment