Advertisment

Zomato Job Vacancy: Zomatoରେ ଚାକିରି ଅଫର୍; ୨୦ ଲକ୍ଷ ଦିଅ, ବର୍ଷେ ମାଗଣା କାମ କର...

ଅନଲାଇନ୍ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋର CEO ଦୀପିନ୍ଦର ଗୋୟଲଙ୍କ ଅଜବ ସର୍ତ୍ତ। ସେ ଏପରି ଜଣେ କର୍ମଚାରୀ ଖୋଜୁଛନ୍ତି ଯିଏକି ବର୍ଷେ ଯାଏ ମାଗଣାରେ କାମ କରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
Zomato

Zomato

ଅନଲାଇନ୍ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋର CEO ଦୀପିନ୍ଦର ଗୋୟଲଙ୍କ ଅଜବ ସର୍ତ୍ତ। ସେ ଏପରି ଏକ କର୍ମଚାରୀ ଖୋଜୁଛନ୍ତି ଯିଏକି ବର୍ଷେ ଯାଏ ମାଗଣାରେ କାମ କରିବ। କେବଳ ସେତିକି ନୁହେଁ, ଏହାର ପ୍ରତିବଦଳରେ ସେହି କର୍ମଚାରୀ, ନିଜେ ୨୦ ଲକ୍ଷ ଟଙ୍କା ଜମା ବି କରିବେ। ଅର୍ଥାତ ସେହି ନୂତନ କର୍ମଚାରୀଙ୍କୁ ପ୍ରଥମ ବର୍ଷରେ ଦରମା ମିଳିବ ନାହିଁ। ଟିକେ ଅଜବ ଲାଗୁଛି ନା। ତେବେ ଆସନ୍ତୁ ବୁଝିବା ଏହି ଚାକିରିରେ ପାଇଁ କଣ ଆବଶ୍ୟକ ଏବଂ ଆପଣ ପ୍ରକୃତରେ ଦରମା ପାଇବେ କି ନାହିଁ…

Advertisment

ଜୋମାଟୋ ସିଇଓ କ’ଣ କହିଛନ୍ତି?

ଦୀପିନ୍ଦର ଗୋୟଲ Xରେ ଲେଖିଛନ୍ତି- ମୁଁ ନିଜ ପାଇଁ ଜଣେ ଷ୍ଟାଫ୍ ଖୋଜୁଛି। ଏହି ପୋଷ୍ଟ ସହିତ ଦୁଇ ପୃଷ୍ଠାର ଚାକିରି ଆବଶ୍ୟକତା ଡକ୍ୟୁମେଣ୍ଟ୍ ମଧ୍ୟ ସଂଲଗ୍ନ ହୋଇଛି। ଏଥିରେ ପ୍ରାର୍ଥୀଙ୍କଠାରୁ କଣ ସବୁ ଆବଶ୍ୟକ ସେ ବିଷୟରେ ସୂଚନା ପ୍ରଦାନ କରାଯାଇଛି। ଏହି ପୋଷ୍ଟ ପାଇଁ କିପରି ଆବେଦନ କରିବେ ଓ ଚାକିରି ପାଇବା ପାଇଁ ସର୍ତ୍ତ କ’ଣ ତାହା ମଧ୍ଯ ଉଲ୍ଲେଖ ରହିଛି। ସେ କହିଛନ୍ତି ଯେ ପ୍ରାର୍ଥୀଙ୍କଠାରୁ ଯେଉଁ ୨୦ଲକ୍ଷ ଟଙ୍କା ଆଦାୟ ହେବ ତାହା Feeding Indiaକୁ ଦାନ କରାଯିବ।

ଯଦି ଆପଣ ଭାବୁଛନ୍ତି, ଆପଣ ଦରମା ପାଇବେ, ନା ନାହିଁ, ତେବେ ପ୍ରଥମ ବର୍ଷ ଦରମା ଦିଆଯିବ ନାହିଁ। ତେବେ ଜୋମାଟୋ ଦର୍ଶାଇବାକୁ ଚାହୁଁଛି ଯେ, ଏହା ଟଙ୍କା ସଞ୍ଚୟ ପାଇଁ ନୁହେଁ। ପ୍ରାର୍ଥୀଙ୍କ ପସନ୍ଦ ଅନୁଯାୟୀ ୫୦ ଲକ୍ଷ ଦାନ କରାଯିବ। ଯାହାକି ଜଣେ କର୍ମଚାରୀଙ୍କ ପାଇଁ ସାଧାରଣ ବେତନ । ଗୋଟିଏ ବର୍ଷ ପରେ କମ୍ପାନୀ ୫୦ ଲକ୍ଷରୁ ଅଧିକ ଟଙ୍କା ବେତନ ପ୍ରଦାନ କରିବ।

Advertisment

ଅଧିକ ପଢ଼ନ୍ତୁ: ପୂରଣ ହେବ ଗ୍ରୁପ୍ C ଗ୍ରୁପ୍ D ପଦବୀ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

ଏହି ଚାକିରି ଅଫର ଗୁରୁଗ୍ରାମର ଜୋମାଟୋ ମୁଖ୍ୟାଳୟ ପାଇଁ ରହିଛି। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଶିଖିବାକୁ ଏବଂ ଆଗକୁ ବଢିବାକୁ ଆଗ୍ରହୀ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ଲିଙ୍କଡଇନରେ ଏକ ବିସ୍ତୃତ ପୋଷ୍ଟରେ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ ଆଦର୍ଶ ପ୍ରାର୍ଥୀ ଏପରି ହେବା ଦରକାର ଯାହାର ଶିଖିବାର ଇଚ୍ଛା ଥିବ ଏଥିସହ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ଏବଂ ସାଧାରଣ ଜ୍ଞାନ ରହିଥିବ। ସେମାନଙ୍କର ବିଶେଷ ଅଭିଜ୍ଞତା ନଥିଲେ ମଧ୍ୟ ଚଳିବ। ସେ ନିଜକୁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ମନେ କରିବା ଉଚିତ୍ ନୁହେଁ ।

ଗୋୟଲ ଲେଖିଛନ୍ତି, 'ଏହି କାର୍ଯ୍ୟ ଟଙ୍କା ରୋଜଗାର କରିବା ପାଇଁ ନୁହେଁ। Zomato, Blinkit, Hyperpure, ଓ Feeding India ର ଭବିଷ୍ୟତ ଗଢିବାରେ ଯେଉଁମାନେ ଯୋଗଦେବାକୁ ଚାହୁଁଛନ୍ତି ଏହା ସେମାନଙ୍କ ପାଇଁ। ପ୍ରଥମେ ୨୦ଲକ୍ଷ ଟଙ୍କା ଆଶାୟୀଙ୍କୁ Feeding India- Zomato କୁ ଦାନ ଦେବାକୁ ପଡିବ। ଜୋମାଟୋର ଏହି ପୋଷ୍ଟ ଲୋକଙ୍କୁ ଚକିତ କରିଦେଇଛି । ଗୋୟାଲ ସ୍ପଷ୍ଟ କରିଛନ୍ତି ଯେ ଏହିପରି କରିବା ନିଶ୍ଚିତ କରିବ ଯେ ପ୍ରାର୍ଥୀମାନେ କେବଳ ଟଙ୍କା ରୋଜଗାର କରିବା ପାଇଁ ନୁହେଁ, ବରଂ କିଛି ଶିଖିବା ଏବଂ ଭଲ କାମ କରିବା ପାଇଁ ଆବେଦନ କରୁଛନ୍ତି।

କିପରି ଆବେଦନ କରିବେ ?

ଦୀପିନ୍ଦର କହିଛନ୍ତି ଯେ ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ [email protected] କୁ ଏକ କଭର ଲେଟର ପଠାଇବାକୁ ପଡିବ। ଏହି କଭର୍ ଲେଟର ୨୦୦ ଶବ୍ଦ ମଧ୍ୟରେ ସୀମିତ ରହିବା ଉଚିତ୍ । ଏହାର ଅର୍ଥ ହେଉଛି ପ୍ରାର୍ଥୀ ତାଙ୍କର କଥାକୁ ୨୦୦ ଶବ୍ଦରେ ସ୍ପଷ୍ଟ ଭାବରେ ଲେଖିବେ। ଏଥିପାଇଁ ରିଜ୍ୟୁମ୍ ସଂଲଗ୍ନ କରିବାର କୌଣସି ଆବଶ୍ୟକତା ନାହିଁ । ଦୀପିନ୍ଦର ଗୋୟଲଙ୍କ ଅନୁଯାୟୀ, ଶିଖିବାର ମାନସିକତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ଏହି ପୋଷ୍ଟ ମାଧ୍ୟମରେ ବହୁତ କିଛି ଶିଖିବାର ସୁଯୋଗ ମିଳିବ ବୋଲି ଦୀପନ୍ଦର ଗୋୟଲ କହିଛନ୍ତି। ଏହା ପାରମ୍ପରିକ ଚାକିରି ପରି ନୁହେଁ। ଏଥିରେ ଅଧିକ ଚ୍ୟାଲେଞ୍ଜ ଥିବାବେଳେ ଅନେକ କିଛି ଶିଖିବାର ସୁଯୋଗ ରହିଛି ।

ଅଧିକ ପଢ଼ନ୍ତୁ: UGC NET December 2024 Registration: ଆପଣ UGC NET ପରୀକ୍ଷା ଦେବାକୁ ଚାହୁଛନ୍ତି କି… ଦେଖନ୍ତୁ ଏହି ଖବର

Job Vacancy Zomato
Advertisment
Advertisment