• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୋଦି-ଶାହଙ୍କ ତିନି ଦିନିଆ ଓଡ଼ିଶା ଗସ୍ତକୁ ନେଇ ବଢ଼ିଲା ରାଜନୈତିକ ହଟଚମଟ । ଖାସ୍ କରି ନିଜେ ପ୍ରଧାନମନ୍ତ୍ରୀ ମୋଦି ତିନିଦିନ ଓଡ଼ିଶାରେ ରହିବା ହଟଚମଟ ସୃଷ୍ଟି କରିଛି । ଗୋଟିଏ ପଟେ ମୋଦିଙ୍କ ଫୋକସରେ ଓଡ଼ିଶା ଆଉ ଅନ୍ୟପଟେ ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏପରି ସ୍ଥିତିରେ ଅଧିକରୁ ଅଧିକ ଅସନ୍ତୁଷ୍ଟ ବିଜେଡି ନେତା ଦଳ ଛାଡି ବିଜେପିକୁ ଆସିପାରନ୍ତି ବୋଲି ବୟାନ ବାଜି ତେଜିଲାଣି । ବିଜେଡିର ଯୁକ୍ତି ବିଜେପିର ଏ ଫର୍ମୁଲା ଓଡ଼ିଶାରେ କାମ ଦେବନି । ତେଣେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ । ସାଂସଦ ଓ ବିଧାୟକମାନେ ଦେବେ ୬ ମାସର ସରକାରଙ୍କ ରିପୋର୍ଟ । ରୋଡ୍ ସୋ ସାଙ୍ଗକୁ ସଂଗଠନର ସମୀକ୍ଷା ବି କରିବେ । ଏହାସହ ପାର୍ଟି ଅଫିସରେ କରିବେ ରାତ୍ରି ଭୋଜନ । ୨୯ ତାରିଖ ଅପରାହ୍ଣ ୪ ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବେ ମୋଦି । ବିମାନ ବନ୍ଦରରେ ପହଞ୍ଚିବା ପରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ।

ଅଧିକ ପଢ଼ନ୍ତୁ: କିଏ ଯିବେ ରାଜ୍ୟସଭା? କାହାକୁ ପ୍ରାଇଜ ଦେବ ଦଳ ?

ଏୟାରପୋର୍ଟରୁ ବାହାରି ସାଧାରଣ ସଭା ଓ ରୋଡ୍ ସୋ କରିବେ ପିଏମ୍ ମୋଦି । ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସମୀକ୍ଷା କରିଛନ୍ତି । ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ SPGର ବରିଷ୍ଠ ଅଧିକାରୀ, ପୋଲିସ ଡିଜି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ରାଜ୍ୟ କାର୍ଯ୍ୟାଳୟରେ ରହିବେ ମୋଦି । ୨୯ରେ ଦଳୀୟ କାର୍ଯ୍ୟକ୍ରମ ସାରି ୩୦ ତାରିଖରେ ଡିଜି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆରମ୍ଭ ପୂର୍ବରୁ ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ୨୯ ତାରିଖ ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚି ଡିଜି ସମ୍ମିଳନୀକୁ ଉଦଘାଟନ କରିବେ । ତେବେ ଓଡ଼ିଶାରେ ତିନି ଦିନ ମୋଦି ଓ ଶାହ ରହିବା ରାଜନୈତିକ ମହଲରେ ବଡ଼ ଆଲୋଡନ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ମୋଦି ଓ ଶାହଙ୍କ ଏହି ତିନିଦିନିଆ ଗସ୍ତ ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି କରିପାରେ । ଗୋଟିଏ ପଟେ ବିଜେଡିରୁ ଦୁଇ ରାଜ୍ୟସଭା ସାଂସଦ ଛାଡି ବିଜେପିରେ ମିଶିବା ଓ ଅନ୍ୟପଟେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେବା ନୂଆ ଦିଶା ଦେଇପାରେ ରାଜ୍ୟ ରାଜନୀତିକୁ । କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା ଥିବାରୁ ବିଜେଡିର ଅସନ୍ତୁଷ୍ଟ ନେତା ଏବେ ବିଜେପି ମୁହାଁ । ଆଉ ମୋଦି-ଶାହଙ୍କ ଏହି ଗସ୍ତ ଏହାକୁ ଅଧିକ ଇନ୍ଧନ ଯୋଗାଇପାରେ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ

  • Reported by:
  • JAGDISH DAS , SOUMYA RANJAN SAHOO , BIBARTAN PANDA

OTV is now on Whatsapp

Join and get latest news update delivered to you via whatsapp

Join Now