ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।
Published By: Sarbeswar
Last updated: 15 July 2023, 09:44 PM IST
ବର୍ଷର ପ୍ରଥମ ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଅନ୍ୟ କେଉଁଠି ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଭୁବନେଶ୍ୱର ମେୟର ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଏପଟେ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ଦିନ ବି ଭୁବନେଶ୍ୱରରେ କାଚିବ ବର୍ଷା। ତଳିଆ ଅଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସ୍ଥିତି।