Advertisment

ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡି

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡିଙ୍କ ପରଲୋକ ହୋଇଛି। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former Kerala Chief Minister Oommen Chandy Death

former Kerala chief minister Oommen Chandy passes away

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମେନ୍‌ ଚାଣ୍ଡିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଓମେନ୍‌ ଚାଣ୍ଡିଙ୍କ ପୁଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

Advertisment

ଦୀର୍ଘଦିନ ଧରି ଓମେନ୍‌ ଚାଣ୍ଡି ଚିକିତ୍ସାଧିନ ଥିଲେ। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। କଂଗ୍ରେସର ଜଣେ ବରିଷ୍ଠ ନେତା ହେଉଛନ୍ତି ଓମେନ୍‌ ଚାଣ୍ଡି। କେରଳରେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସେ ତୁଲାଇଥିଲେ।

ପ୍ରାୟ ୫ ଦଶନ୍ଧି ଧରି ରାଜନୀତିରେ ଓମେନ୍‌ ଚାଣ୍ଡିଙ୍କର ସକ୍ରିୟ ଭୂମିକା ଥିଲା। 

Advertisment
Advertisment