• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗିରଫ ହୋଇପାରନ୍ତି ସୀମା ହାଇଦର । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ଲିଙ୍କ୍ ଜଣାପଡିବା ପରେ ଖୋଳତାଡ ଚଳାଇଛି ୟୁପି ATS । ତଦନ୍ତ ବେଳେ ସୀମାଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଜମ ସ୍କ୍ୱାଡ୍ । ଏବେ ସୀମାଙ୍କ ପରିବାର ସମ୍ପର୍କରେ ଖୋଳତାଡ଼ ଚାଲିଛି । ସୀମାଙ୍କ ବାପା ଓ ଭାଇ ପାକିସ୍ତାନ ଆର୍ମୀରେ ଚାକିରି କରିଥିବା ଜଣାପଡିଛି । ଏତେ ବଡ଼ ପରିବାରର ହୋଇ ମଧ୍ୟ ସୀମା ଭାରତ ଆସି ଗରୀବ ଘରର ପିଲା ସଚିନଙ୍କ ସହ ରହିବାକୁ ନେଇ ପ୍ରଶ୍ନ ଉଠିଛି । ଏବେ ସୀମା ଓ ସଚୀନଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନୋଏଡା ଓ ଗାଜିଆବାଦ ପୋଲିସର ସହଯୋଗ ଲୋଡିଛି ଏଟିଏସ୍ ।

ସୂଚନା ମୁତାବକ ପ୍ରଥମେ ସୀମା ପାକିସ୍ତାନରୁ ଦୁବାଇ ଆସିଥିଲେ। ପରେ ନେପାଳ ଆସି ଭାରତକୁ କିପରି ଆସିଲେ ସେହି ନେଟୱର୍କର ଯାଞ୍ଚ ଚାଲିଛି। ଏହା ସହ ସଚିନ ସହ ସୀମାଙ୍କ ସମ୍ପର୍କ କେବେଠାରୁ ଆରମ୍ଭ ହେଲା । ଦୁହିଁଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଛି ସେନେଇ ମଧ୍ୟ ଯାଞ୍ଚ କରାଯାଉଛି ।

ଅନ୍ୟପଟେ ଭାରତ ଆସିଯିବା ପରେ ସୀମାଙ୍କୁ ତାଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ସହ ସୀମା ଭାରତ ଆସିବା ପରେ ପାକିସ୍ତାନରେ ଥିବା ଭାରତୀୟଙ୍କ ଉପରେ ବିପଦ ଦେଖା ଦେଇଛି ବୋଲି କୁହାଯାଉଛି । ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନେଇଥିଲା । ଏଟିଏସ୍‌ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି ।

ଜାଣିବାକୁ ମିଳିଛି ଯେ ସଚିନ ପ୍ରଥମ ଭାରତୀୟ ଯୁବକ ନୁହଁନ୍ତି, ଯାହାଙ୍କ ସହ ସଂପର୍କରେ ଆସିଛନ୍ତି ସୀମା । ସଚିନଙ୍କ ପୂର୍ବରୁ ବି ସୀମାଙ୍କର ଅନ୍ୟ ଭାରତୀୟ ଯୁବକଙ୍କ ସହ ସଂପର୍କ ଥିଲା । ପବ୍‌ଜୀ ଖେଳ ଜରିଆରେ ଅନେକ ଭାରତୀୟ ଯୁବକଙ୍କ ସହ ସୀମା ବନ୍ଧୁତ୍ୱ ରଖିଥିଲେ। ଅଧିକାଂଶ ଯୁବକ ଦିଲ୍ଲୀ ଏନ୍‌ସିଆର୍‌ର ଥିଲେ ବୋଲି ସୀମା ଏଟିଏସ୍‌ ସମ୍ମୁଖରେ କହିଛନ୍ତି ।