• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବିମାନ ବନ୍ଦର ବାହାରେ ବୁଲୁଥିବା ୨୦ ‍କୁକୁରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା କୁକୁର ଗୁଡ଼ିକ ବେକରେ ଆଧାର କାର୍ଡ ଟଙ୍ଗାଯାଇଛି । ଏହି ପରିଚୟ ପତ୍ରରେ ଏକ QR କୋଡ୍ ମଧ୍ୟ ରହିଛି । କୋଡ୍‌କୁ ସ୍କାନ କରିବା ମାତ୍ରେ ସଂପୃକ୍ତ କୁକୁର ସହିତ ଜଡିତ ସୂଚନା ଯେପରିକି ନାମ, ଟିକାକରଣ, ବନ୍ଧ୍ୟାକରଣ, ଡାକ୍ତରୀ ବିବରଣୀ ଆଦି ସୂଚନା ମିଳିବ ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏକ ଟିମ୍‌ ଦ୍ୱାରା ଅତ୍ୟନ୍ତ ଉତ୍ସାହ ସହକାରେ କୁକୁର ଗୁଡ଼ିକ ବେକରେ ଆଧାର କାର୍ଡ ଲଗାଯାଇଛି । ଆଉ ତା’ପରେ ବିଏମସି ପକ୍ଷରୁ ଏହି କୁକୁର ଗୁଡ଼ିକର ଟିକାକରଣ କରାଯାଇଛି । 'pawfriend.in' ନାମକ ଏକ ସଂସ୍ଥା ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହି ସଂସ୍ଥା କୁକୁର ଗୁଡ଼ିକ ପାଇଁ ଏହି ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରସ୍ତୁତ କରିଛି ।

ସାୟନର ଜଣେ ଇଞ୍ଜିନିୟର ଅକ୍ଷୟ ରିଡଲାନ୍ ଏହି ଅଭିଯାନର ମୁଖ୍ୟ କହିଲେ ଚଳେ । କୌଣସି ଗୃହପାଳିତ ପଶୁ ହଜି ଯାଇଥିଲେ କିମ୍ବା ଚୋରି ହୋଇଗଲେ ଆଧାର କାର୍ଡ ଲାଭଦାୟକ ହେବ । QR କୋଡ୍ ଟ୍ୟାଗ୍ ସାହାଯ୍ୟରେ ହଜିଯାଇଥିବା କୁକରର ଖବର ପାଇପାରିବେ ମାଲିକ । କେବଳ ଏତିକି ନୁହେଁ ଏହାଦ୍ୱାରା ବୁଲା କୁକୁର ଗୁଡ଼ିକର ଓ ଅନ୍ୟ ପଶୁମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବାରେ ବିଏମସିକୁ ସହଜ ହେବ ।

କ୍ୟୁଆର କୋଡ ଟ୍ୟାଗିଂ ଏକ ପାଇଲଟ୍‌ ପ୍ରକଳ୍ପ

ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ରହୁଥିବା ସୋନିଆ ଶେଲାର ପ୍ରତିଦିନ ପ୍ରାୟ ୩୦୦ ବୁଲା କୁକୁରକୁ ଖାଇବାକୁ ଦିଅନ୍ତି । ଏହି କୁକୁର ଭିତରେ ବିମାନବନ୍ଦର ବାହାରେ ବୁଲୁଥିବା କୁକୁର ଗୁଡ଼ିକ ମଧ୍ୟ ସାମିଲ । ସୋନିଆ କହିଛନ୍ତି, ଏହି ଅଭିଯାନରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଖାଦ୍ୟ ଆଳରେ କୁକୁର ଗୁଡ଼ିକୁ ପାଖକୁ ଡାକିବା ଏହାର ମୁଖ୍ୟ ଲକ୍ଷ୍ୟ । ଡକ୍ଟର କାଲିମ ପଠାନ କହିଛନ୍ତି, ବିମାନବନ୍ଦର ବାହାରେ କୁକୁରମାନଙ୍କୁ ଦିଆଯାଇଥିବା QR କୋଡ୍ ଟ୍ୟାଗିଂ ହେଉଛି ଏକ ପାଇଲଟ୍ ପ୍ରୋଜେକ୍ଟ । ଆମେ ଏହାକୁ ଆଗକୁ ନେବାକୁ ଚେଷ୍ଟା କରିବୁ ।