• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ଏମାନଙ୍କୁ ଦେଖି ସାରା ଦେଶରେ ଲୋକମାନେ କଟ୍ଟର ଭ୍ରଷ୍ଟାଚାରୀମାନଙ୍କ ସମ୍ମିଳନୀ ହେଉଥିବା କହୁଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍‌ ରହୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ହୋଇଥିଲା। କିନ୍ତୁ ସେମାନେ ମୁହଁ ଖୋଲି ନଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀଙ୍କ ଏହି ମେଳି ଅର୍ଥାତ୍‌ ବୈଠକରେ ପରିବାରବାଦକୁ ଦୃଢ ସମର୍ଥନ ଦିଆଯାଉଛି। ଦୁର୍ନୀତିରେ ବୁଡ଼ିଥିବା ନେତାମାନଙ୍କୁ ପ୍ରାଧାନ୍ୟ ମିଳୁଥିବା କହି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି। ଆଣ୍ଡାମାନ ନିକୋବରର ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂଆ ଅତ୍ୟାଧୁନିକ ଟର୍ମିନାଲ ବିଲ୍‌ଡିଂ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ମେଳିକୁ କଟାକ୍ଷ କରିଛନ୍ତି।

ସେପଟେ ୨୦୨୪ ପାଇଁ ଏକଜୁଟ୍‌ ହେବାକୁ ସବୁ ବିରୋଧୀ ଦଳକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଏକାଠି ନ ହେଲେ ବିଜେପିକୁ ହରାଇ ହେବ ନାହିଁ। ଏକଥା ସତ ଯେ, ରାଜ୍ୟସ୍ତରରେ ଆମ ଆମ ଭିତରେ ମତଭେଦ ଅଛି। କିନ୍ତୁ ସେସବୁ ଆଦର୍ଶଗତ ମତଭେଦ ନୁହେଁ । ସେହି ମତଭେଦ ଏତେ ଅଧିକ ନୁହେଁ ଯେ, ସାଧାରଣ ଲୋକଙ୍କ ପାଇଁ, ଗରିବ, ଯୁବପୀଢ଼ି, ମଧ୍ୟବିତ୍ତଙ୍କ ହିତ ପାଇଁ ଆମେ ତାକୁ ଦୂର କରିପାରିବା ନାହିଁ।’

OTV is now on Whatsapp

Join and get latest news update delivered to you via whatsapp

Join Now