Advertisment

OSSC CHSL Recruitment 2024: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ +2 ପ୍ରାର୍ଥୀ

OSSC ରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
OSSC CHSL Recruitment 2024

OSSC CHSL Recruitment 2024

ଓଡ଼ିଆ ଯୁବକଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ରହି ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଏହି ସୁଯୋଗ ନେଇ ଆସିଛି। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ OSSC ରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୨୪ ଟି ପଦବୀ ପୂରଣ ହେବ । +2 ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ପୂରଣ ହେବ ମ୍ୟାନେଜର୍ ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ ossc.gov.in.କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ What's New ତାଲିକାରେ ଏହାର PDF ଲିଙ୍କ୍ ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ନମ୍ବେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୬ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ପ୍ରାର୍ଥୀ – ୧୮୮ଟି ପୋଷ୍ଟ୍‌
  • SEBC – ୨ଟି ପୋଷ୍ଟ୍‌
  • SC – ୬୦ଟି ପୋଷ୍ଟ୍‌
  • ST – ୭୪ଟି ପୋଷ୍ଟ୍‌
  • ମୋଟ୍ – ୩୨୪ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେଉଁ ପ୍ରାର୍ଥୀ ଏକ କୃଷି ସମ୍ବନ୍ଧୀୟ ବିଷୟ (ଫସଲ ଉତ୍ପାଦନ (CP), ଉଦ୍ୟାନ କୃଷି, ମରାମତି ଏବଂ ରକ୍ଷଣାବେକ୍ଷଣରେ ଶକ୍ତି ଚାଳିତ ଫାର୍ମ ମେସିନାରୀ (PDFM)) ରେ ବିଜ୍ଞାନ କିମ୍ବା ଭୋକେସନାଲ୍ ପାଠ୍ୟକ୍ରମରେ ଦ୍ୱାଦଶ ସ୍ତରୀୟ ଶିକ୍ଷା ସମାପ୍ତ କରିଥିବେ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଆପଣ UGC NET ପରୀକ୍ଷା ଦେବାକୁ ଚାହୁଛନ୍ତି କି… ଦେଖନ୍ତୁ ଏହି ଖବର

ବୟସ ସୀମା:

  • ସର୍ବନିମ୍ନ ବୟସ –୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ଲିଖିତ ପରୀକ୍ଷା
  • ମୁଖ୍ୟ ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ossc.gov.in.କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, “Recruitment” ଉପରେ କ୍ଲିକ୍ କରନ୍ତୁ
  • “Combined Higher Secondary(CHS) Level Recruitment 2024” ଉପରେ କ୍ଲିକ୍ କରନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ପୂରଣ ହେବ ଗ୍ରୁପ୍ C ଗ୍ରୁପ୍ D ପଦବୀ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

Govt Jobs Job Search Job Seekers OSSC Jobs
Advertisment
Advertisment