ପ୍ରଥମେ ପୋଲ ପରେ ଟ୍ରେନ ଚୋରି ହେଲା । ପରେ ପରେ ପୋଖରୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ପୋଖରୀ ଥିବା ଜାଗାରେ ନିର୍ମାଣ କରା ଯାଇଥିଲା ଘର ।
ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ ।
ନୂଆବର୍ଷରେ ଦେଶକୁ ନୂଆ ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ ତଥା ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଉତ୍ତରପ୍ରଦେଶ ପୋଲିସ ଡିଜିଙ୍କୁ ଅଭିଯୋଗ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିନୋଦ । ଅଯୋଧ୍ୟାର ନବନିର୍ମିତ ଭବ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଜାନୁଆରୀ ୨୨ରେ ହେବାକୁ ଅଛି ।
ଭାରତ ସରକାର ଏକ ନୋଟିଫିକେସନ୍ ଜାରି କରି ତେହରିକ୍-ଏ-ହୁରିୟତ ସଂଗଠନ ବିଷୟରେ କହିଛନ୍ତି କି, ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ବିସ୍ତାର କରୁଛି। ଏହି ସଂଗଠନର ଲୋକମାନେ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ପଥର ଫିଙ୍ଗିବାକୁ ଉତ୍ସାହିତ କରୁଛନ୍ତି।
କେନ୍ଦ୍ର ସରକାର ନୂଆବର୍ଷରୁ ଅର୍ଥାତ୍ ୨୦୨୪ରୁ ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ଯାହାକି ଉପଭୋକ୍ତା ବା ହିତାଧିକାରୀମାନଙ୍କୁ ବେଶ୍ ଲାଭ ଦେବ ।
ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ଚାଲାଣ କରାଯାଉଥିଲା । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଦୁର୍ଘଟଣା ଘଟିଛି।
ସିନେମା ଜଗତଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଅନେକ ପରିବର୍ତ୍ତନ । ସାମରିକ କ୍ଷେତ୍ରରେ ମଧ୍ୟ ଭାରତ ଆହୁରି ସୁଦୃଢ଼ ହୋଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି।
ମୋଦି ମୋଦି ନାରାରେ କଂପିଲା ରାମନଗରୀ ଅଯୋଧ୍ୟା। ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ, କୁହାଯାଇପାରେ ଯେ ତା ପୂର୍ବରୁ ଅଯୋଧ୍ୟା ପାଇଁ ଆଜିଥିଲା ସବୁଠୁ ବଡ଼ ଦିନ।
ଗୁଜରାଟ୍ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ଯୋଜନା । ୨୦୨୪ ଦୀପାବଳୀ ଠାରୁ ବୁଡାଜାହାଜ ସେବା ଆରମ୍ଭ ଲକ୍ଷ୍ୟ ।
ଗୁଜରାଟ୍ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ଯୋଜନା । ୨୦୨୪ ଦୀପାବଳୀ ଠାରୁ ବୁଡାଜାହାଜ ସେବା ଆରମ୍ଭ ଲକ୍ଷ୍ୟ ।
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ପାଇଁ ଆଜିଥିଲା ସବୁଠୁ ବଡ଼ ଦିନ। ଅଯୋଧ୍ୟାକୁ ନୂଆ ରେଳଷ୍ଟେସନ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ୧୫ ହଜାର ୭ ଶହ କୋଟି ଟଙ୍କାର ଭିତ୍ତିଭୂମି ଭେଟି ଦେଇଛନ୍ତି ମୋଦି।
ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଅଯୋଧ୍ୟା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ।
ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।
ପ୍ରତିଶୋଧ ନେବା ପାଇଁ ସେ ଶେଖରଙ୍କୁ ପାନେ ଦେବେ ବୋଲି ଚିନ୍ତା କଲେ । ଆଉ ବସ୍କୁ ଫସେଇବା ପାଇଁ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର ।
ଏହି ମହିଳା ଜଣକ ହେଉଛନ୍ତି ଅଫସାନା ଖାତୁନ । ୬ ବର୍ଷ ପୂର୍ବେ ନିଜାମୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛି । ଜଣକର ବୟସ ୨ ଓ ଅନ୍ୟ ଜଣଙ୍କୁ ୪ ବର୍ଷ ।
ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ହାଜର ହେବାକୁ ନୋଟିସ ମିଳିଛି ।
ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ ।
ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ ।
ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ ।
ଚୂଡାନ୍ତ ବିଗ୍ରହକୁ ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସ୍ଥାପନା କରାଯିବ ।
ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।