Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ରାୟପୁରରୁ ଅଯୋଧ୍ୟା ଗଲା ୩୦ ହଜାର କ୍ୱିଣ୍ଟାଲ ଚାଉଳ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ram Mandir

Ram Mandir

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅନ୍ନ ଭୋଗ ଲାଗି ମାମୁ ଘରୁ ଗଲା ଚାଉଳ। ଛତିଶଗଡ଼ ରାୟପୁରରୁ ୩୦୦ ମେଟ୍ରିକ ଟନ୍ ଚାଉଳ ଅଯୋଧ୍ୟା ଅଭିମୁଖେ ବାହାରିଛି । ରାୟପୁର ସ୍ଥିତ ରାମମନ୍ଦିରରେ ପୂଜାର୍ଚ୍ଚନା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ରାୟପୁରରୁ ଶୁଭ ପତାକା ଦେଖାଇ ଅଯୋଧ୍ୟା ଅଭିମୁଖେ ଚାଉଳ ବୋଝେଇ ଟ୍ରକ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଶ୍ୱାସ କରାଯାଏ, ଛତିଶଗଡ଼ ରାୟପୁର ନିକଟ ଚନ୍ଦଖୁରି ଗାଁ ହେଉଛି ମାତା କୌଶଲ୍ୟାଙ୍କ ବାପାଘର ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନନିହାଲ୍ ବା ମାମୁଁଘର । ସେଠାରେ ଏବେବି କୌଶଲ୍ୟା ମନ୍ଦିର ରହିଛି। ଏଥିସହ ବନବାସ ବେଳେ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ଦୀର୍ଘ ବର୍ଷ ଦଣ୍ଡକାରଣ୍ୟରେ ବିତାଇଥିବାରୁ, ଛତିଶଗଡ଼ ସହ ଅଯୋଧ୍ୟାର ରହିଛି ଗଭୀର ସଂପର୍କ ।

Advertisment

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି। ପୂର୍ବରୁ ପରମ୍ପରା ରହିଛି ଭଣଜା ଘରେ ଯେକୌଣସି ଉତ୍ସବ ହେଲେ, ମାମୁଁ ଘରୁ ଭାର ଯାଏ। ସେହି ପରମ୍ପରା ଅନୁସାରେ ଛତିଶଗଡ଼ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଏହି ଚାଉଳ ପଠାଯାଇଛି।

Chattisgarh India News Ayodhya Ram Mandir
Advertisment
Advertisment