• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୃଶଂସ ମାଆ । ଏମିତି ମାଆ କାହାକୁ ନମିଳୁ । ପୁଅ କାନ୍ଦିଲା ବୋଲି ତଣ୍ଟିଆ ମାରିଦେଲା ମାଆ । ଚାଲିଗଲା ପୁଅର ଜୀବନ । ପୁଅକୁ ମାତ୍ର ଦୁଇ ବର୍ଷ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଗିରିଡ଼ି ଜିଲ୍ଲାରୁ । ପୂରା ଘଟଣାଟି ହେଲା, ମାଆ ଫୋନ୍‌ରେ ଗପୁଥିଲା, ସେତିକି ବେଳେ କୁନି ପୁଅ କାନ୍ଦିବାକୁ ଲାଗିଲା । ଏଥିରେ ମାଆ ଡିଷ୍ଟର୍ବ ହେଲା । ଆଉ ପ୍ରଚଣ୍ଡ ମାତ୍ରାରେ ରାଗିଗଲା । ତାପରେ ରାଗି ଯାଇ ପୁଅକୁ ଧକ୍କା ମାରିଦେଲା । ପୁଅ ଖଟରୁ ତଳକୁ ପଡ଼ିଗଲା । ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ ।

ଏହି ମହିଳା ଜଣକ ହେଉଛନ୍ତି ଅଫସାନା ଖାତୁନ । ୬ ବର୍ଷ ପୂର୍ବେ ନିଜାମୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛି । ଜଣକର ବୟସ ୨ ଓ ଅନ୍ୟ ଜଣଙ୍କୁ ୪ ବର୍ଷ ।

ଅଫସାନାଙ୍କ ଶ୍ୱଶୁର ରୋଜନ ଅନ୍‌ସାରି ଅଭିଯୋଗ କରିଛନ୍ତି ଯେ, ଗୁରୁବାର ଅଫସାନା ଏବଂ ନିଜାମୁଦ୍ଦିନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତାପରେ ସେ ନିଜକୁ ଗୋଟିଏ ରୁମ୍‌ରେ ବନ୍ଦ କରି ରଖିଦେଲେ । ସେତେବେଳେ ଦୁଇ ବର୍ଷର କୁନି ପୁଅ ତାଙ୍କ ସହ ରୁମ୍‌ ଭିତରେ ଥିଲା । ଅଫସାନା ଫୋନ୍‌ରେ କଥା ହେଉଥିଲେ । ଏହି ସମୟରେ ପୁଅ କାନ୍ଦିବାକୁ ଲାଗିଲା । ପୁଅକୁ ବୁଝାଇବା ପରିବର୍ତ୍ତେ ଅଫସାନା ରାଗି ଯାଇ ତାର ତଣ୍ଟି କାଟିଦେଲେ ।

ଏହାପରେ କିଛି ସମୟ ପର୍ଯ୍ୟନ୍ତ ରୁମ୍‌ର କବାଟ ଖୋଲିନଥିଲେ ଅଫସାନା । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେ ନିଜାମୁଦ୍ଦିନଙ୍କୁ ରୁମ୍‌ ଭିତରକୁ ଶୋଇବା ପାଇଁ ଡାକିଲେ । ନିଜାମୁଦ୍ଦିନ ଦେଖିବାକୁ ପାଇଲେ ଯେ, କୁନି ପୁଅ ଅଚେତ ଅବସ୍ଥାରେ ପଡ଼ିଛି । ସେ ତୁରନ୍ତ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଫସାନାଙ୍କୁ ଗିରଫ କରିଛି । ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ହେଲେ ଅଫସାନାଙ୍କ କହିବା କଥା, ସେ ଜାଣିଶୁଣି ପୁଅକୁ ହତ୍ୟା କରିନାହାନ୍ତି । ସେ କେବଳ ରାଗରେ ତାକୁ ଧକ୍କା ମାରିଥିଲେ । ତାପରେ ସେ ଖଟରୁ ତଳେ ପଡ଼ିଯାଇଥିଲା । ଏବେ ପୋଲିସ କୁନି ପୁଅର ମୃତଦେହକୁ ଜବତ କରି, ତଦନ୍ତ ଚଳାଇଛି ।