/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703907378.jpg)
Odisha Tableau
କର୍ତ୍ତବ୍ୟପଥରେ ଦେଖିବାକୁ ମିଳିପାରେ ଓଡ଼ିଆ କଳା ଓ ସଂସ୍କୃତିର ଆକର୍ଷଣୀୟ ଝଲକ । ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇପାରେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଚିତାକର୍ଷକ ପ୍ରଜ୍ଞାପନ ମେଢ଼ । ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।
ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି ଏବଂ ଏଥିରେ ସମ୍ବଲପୁରୀ ଗୀତ ମଧ୍ୟ ପରିବେଷିତ ହେବ ବୋଲି ସୂଚନା ମିଳିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଛି । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଓ ସଂସ୍କୃତି ମନ୍ତ୍ରାଳୟର ମିଳିତ ସର୍ଭେରୁ ସର୍ବଭାରତୀୟ ସ୍ତରରେ ୨୦ଟି ମଡେଲ୍ ତାଲିକାଭୁକ୍ତ ହୋଇଛି । ସେଥିରେ ତୃତୀୟ ସ୍ଥାନରେ କୀର୍ତ୍ତି କିଶୋର ମହାରଣାଙ୍କ ଡିଜାଇନ୍ ରହିଛି ।
ତେବେ ଏହା ଚୂଡ଼ାନ୍ତ ତାଲିକାରେ ମଧ୍ୟ ଚୟନ ହେବ ଏବଂ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସ୍ଥାନ ପାଇବ ବୋଲି ଆଶାବାଦୀ ଅଛନ୍ତି ଏହାର ନିର୍ମାତା ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)