• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଯୋଧ୍ୟାରେ ତିଆରି ଚାଲିଥିବା ଭବ୍ୟ ରାମ ମନ୍ଦିରରେ କେଉଁ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେବ ସେ ନେଇ ଚୂଡାନ୍ତ ହୋଇଛି । ଏଥିପାଇଁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଭୋଟିଂ କରାଯାଇଥିଲା । ୩ଟି ବିଗ୍ରହ ମଧ୍ୟରୁ ଗୋଟିଏ ବାଛିଛନ୍ତି ମନ୍ଦିର ଟ୍ରଷ୍ଟ । ବିଭିନ୍ନ ଶିଳ୍ପୀ ଦ୍ୱାରା ରାମଲାଲାଙ୍କ ତିନିଟି ବିଗ୍ରହ ତିଆରି କରାଯାଇଥିଲା ।

ସେହି ବିଗ୍ରହ ଗୁଡିକ ମଧ୍ୟରୁ ଗୋଟିଏ ବିଗ୍ରହକୁ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଛି । ଚୂଡାନ୍ତ ବିଗ୍ରହକୁ ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସ୍ଥାପନା କରାଯିବ । ରାମଲାଲାଙ୍କ ବିଗ୍ରହର ଉଚ୍ଚତା ୫୧ ଇଂଚ ରହିବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି । ଆସନ୍ତା ୨୨ରେ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେବ ।

ଅଯୋଧ୍ୟା ଧାମ ଜଙ୍କସନ ରେଳଷ୍ଟେସନର ଉଦଘାଟନୀ ଅବସରରେ ଆଜି ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଟ୍ରେନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ସଜେଇ ହେଉଛି ଅଯୋଧ୍ୟା । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ଆଜି ସମସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ, ନବୀକୃତ ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନର ଲୋକାର୍ପଣ ଏବଂ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ମୋଦି ।

ଏଥିସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ସହିତ ଅଯୋଧ୍ୟାରେ ଜନସଭାକୁ ସମ୍ବୋଧନ କରିବେ ମୋଦି । ଏହାସହ  ମୋଦିଙ୍କ ରୋଡ୍ ଶୋ' କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅଯୋଧ୍ୟାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।