/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704021928.jpg)
Sukanya samriddhi scheme
ନୂଆବର୍ଷରୁ ଭଲ ଖବର । ନିବେଶ କରିଥିଲେ ପାଇପାରିବେ ଅଧିକ ରିଟର୍ଣ୍ଣ । ଯଦି ଆପଣ ଆପଣଙ୍କ କୁନି ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ରଖିଛନ୍ତି ତେବେ ଆପଣଙ୍କୁ ଏବେ ଭଲ ସୁଧ ମିଳିବ । ଅର୍ଥାତ୍ କେନ୍ଦ୍ର ସରକାର ଏହି ଯୋଜନାରେ ଅଧିକ ସୁଧ ଦେବାନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ କେନ୍ଦ୍ର ସରକାର ନୂଆବର୍ଷରୁ ଅର୍ଥାତ୍ ୨୦୨୪ରୁ ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ଯାହାକି ଉପଭୋକ୍ତା ବା ହିତାଧିକାରୀମାନଙ୍କୁ ବେଶ୍ ଲାଭ ଦେବ । ଏହି କିଛି ଦିନ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଭଲ ପଦକ୍ଷେପ ନେଇଥିଲେ । ସ୍ମଲ ସେଭିଙ୍ଗ୍ ସ୍କିମ୍ରେ ଯେଉଁମାନେ ନିବେଶ କରିଛନ୍ତି ସେମାନଙ୍କ ପାଇଁ ସୁଧହାର ବଢ଼ାଇଥିଲେ କେନ୍ଦ୍ର ସରକାର ।
ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୌମାସିକରେ କେନ୍ଦ୍ର ସରକାର ଏହି ଯୋଜନାରେ ମିଳିବାକୁ ଥିବା ସୁଧହାର ୮.୨%କୁ ବୃଦ୍ଧି କରିଛନ୍ତି ।ସେହିପରି ଦ୍ୱିତୀୟ ଥର ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ମଧ୍ୟ ସୁଧହାର ବଢ଼ାଯାଇଥିଲା । ଏହାର ସୁଧହାର ୮ ପ୍ରତିଶତ ମିଳିବା ନେଇ ସ୍ଥିର କରାଯାଇଥିଲା ।
ପୂର୍ବରୁ ଏହି ଯୋଜନାରେ ୭.୬ ପ୍ରତିଶତ ସୁଧହାର ମିଳୁଥିଲା । ଯଦି ଆପଣ ସୁକନ୍ୟା ଯୋଜନାରେ ଟଙ୍କା ରଖିଛନ୍ତି କିମ୍ବା ଟଙ୍କା ରଖିବାର ଯୋଜନା କରିଛନ୍ତି । ତେବେ ଆପଣଙ୍କୁ ଏହି ଖବର ନିଶ୍ଚୟ ଖୁସି ଆଣିଦେବ ।
ଆମେ ଏଠାରେ କହି ରଖିବୁ ଯଦି ଆପଣ କୌଣସି ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ ନିକଟସ୍ଥ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ରେ ମଧ୍ୟ ଯୋଗାଯୋଗ କରିପାରିବେ । ଯୋଜନା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)