/odishatv-khabar/media/post_attachments/uploadimage/library/16_9/16_9_0/Accident_1703917694.jpg)
Accident
ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ । ସ୍ୱାମୀଙ୍କୁ ଏକା କରିଗଲା ସବୁଦିନ ପାଇଁ । ଏପରି ଏ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରରେ ।
ମୃତକ ଜଣକ ହେଲେ, ଶୁଭାଙ୍ଗୀ ପଟେଲ.. ବୟସ ମାତ୍ର ୨୪ ବର୍ଷ । ଗତ ଡିସେମ୍ବର ୮ରେ ତାଙ୍କର ବିବାହ ବିନାୟକ ପଟେଲଙ୍କ ସହ ହୋଇଥିଲା । ବିବାହର ମାତ୍ର ଅଳ୍ପଦିନରେ ନବ ଦମ୍ପତ୍ତି ବୁଲିବାକୁ ଯାଇଥିଲେ । ପୁଣେର ନିବାସୀ ବିନାୟକ ନିଜ ପତ୍ନୀଙ୍କୁ ନେଇ ପ୍ରବଳଗଡ଼ ଦୁର୍ଗକୁ ବୁଲେଇ ନେଇଥିଲେ ।
କିନ୍ତୁ କିଏ ଜାଣିଥିଲା, ସେଠାରେ ତାଙ୍କୁ ମୃତ୍ୟୁ ଛକି ବସିଥିବ । ଏପରି ଖୁସିର ମୂହୂର୍ତ୍ତକୁ ମୋବାଇଲ କ୍ୟାମେରାରେ କଏଦ କରିବାକୁ ସେ ଚେଷ୍ଟା କରୁଥିଲେ । ଠିକ ଏତିକି ବେଳେ ତାଙ୍କର ଗୋଡ଼ ଖସିଗଲା । ପାହାଡ଼ ତଳକୁ ଖସି ପଡ଼ିଲେ ସେ । ଆଉ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଗଲେ ।
ଗତ ବୁଧବାର ଦିନ ନବ ଦମ୍ପତି ଲୋନାଭଲା ଛାଡ଼ି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ । ଗୁରୁବାର ଦିନ ସକାଳେ ସେମାନେ ଟ୍ରେକିଂ ପାଇଁ ପ୍ରବଳଗଡ଼ ଦୁର୍ଗ ଚଢ଼ିବା ଆରମ୍ଭ କରିଥିଲେ । ଅପରାହ୍ନ ୨.୩୦ ରେ ସେ ମୋବାଇଲରେ ସେଲଫି ଉଠାଇବା ପାଇଁ ଫୋନ ବାହାର କରିଥିବା ବେଳେ ଅସାବଧନତା ବଶତଃ ତାଙ୍କର ଗୋଡ଼ ଖସି ମୃତ୍ୟୁ ହୋଇଥିବା ଜଣେ ପୋଲିସ ଅଫିସର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)