Advertisment

ପ୍ଲେନ୍ ପରେ ଟ୍ରେନ୍, ମଝି ରାସ୍ତାରେ ଫସିଗଲା ଟ୍ରେନ୍ ବଗି

ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ଚାଲାଣ କରାଯାଉଥିଲା । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଦୁର୍ଘଟଣା ଘଟିଛି।

author-image
Santosh Kumar Sahoo
Train Coach Accident

Train Coach Accident

ପ୍ଲେନ୍ ପରେ ଟ୍ରେନ୍...ମଝି ରାସ୍ତାରେ ଫସିଗଲା ଟ୍ରେନ୍ ବଗି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବିହାର ଭାଗଲପୁରରେ। ଆଜି ସକାଳୁ ଏକ ଲରିରେ ଟ୍ରେନର ବଗିକୁ ନିଆଯାଉଥିଲା। ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ଚାଲାଣ କରାଯାଉଥିଲା । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ୍ ପରେ ଉଲଟା ପୋଲରେ ଲରିଟି ଯାଇ ପିଟି ହୋଇଛି । ଫଳରେ ମଝି ରାସ୍ତାରେ ଟ୍ରେନର ବଗି ଏଣେ ତେଣେ ହୋଇ ପଡ଼ି ରହିଥିଲା।

Advertisment

ସହର ମଝିରେ ଏଭଳି ଘଟଣା ଯେତେ ଆଶ୍ଚର୍ଯ୍ୟ କରିଥିଲା ସେତେ କୌତୁହଳ ସୃଷ୍ଟି କରିଥିଲା। ବେଶ୍ କିଛି ସମୟ ଯାଏଁ ଏହା ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଟ୍ରେନ୍ ବଗିକୁ ସେଠୁ ବାହାର କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। କିଛି ଦିନ ତଳେ ବିହାର ମୋତିହାରୀରେ ବି ଏକ ବିମାନର ଭଗ୍ନାବେଶ ନେବା ବେଳେ ବ୍ରିଜରେ ଏହା ଅଟକି ଯାଇଥିଲା ।

Advertisment

Train Bihar India News Accident
Advertisment
Advertisment