• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାମଭକ୍ତଙ୍କୁ ଲୁଟିବାକୁ ସାଇବର ଠକଙ୍କ ନୂଆ ଫନ୍ଦି । QR କୋଡ୍ ଜରିଆରେ ଅଯୋଧ୍ୟା ରାମ ମନ୍ଦିର ପାଣ୍ଠିକୁ ଦାନ ନାଁରେ ଲୋକଙ୍କୁ ଠକିବାକୁ ଅପଚେଷ୍ଟା । ଏଭଳି QR କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ବିଶ୍ୱ ହିନ୍ଦୁ ପରିଷଦ । VHP ମୁଖପାତ୍ର ବିନୋଦ ବଂଶଲ ଏହି ଠକେଇ ରାକେଟ୍ ସଂପର୍କରେ ଲୋକଙ୍କୁ ସଚେତନ ହେବାକୁ ଏବଂ ଏଥିରୁ ବର୍ତ୍ତିବାକୁ ଅପିଲ୍ କରିଛନ୍ତି ।

ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଉତ୍ତରପ୍ରଦେଶ ପୋଲିସ ଡିଜିଙ୍କୁ ଅଭିଯୋଗ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିନୋଦ । ଅଯୋଧ୍ୟାର ନବନିର୍ମିତ ଭବ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଜାନୁଆରୀ ୨୨ରେ ହେବାକୁ ଅଛି । ତାରିଖ ପାଖେଇ ଆସୁଥିବା ବେଳେ, ଏହାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ସାରା ଦେଶର ତଥା ସାରା ବିଶ୍ୱର ରାମଭକ୍ତ । ତେବେ ଏହି ଧାର୍ମିକ ଆସ୍ଥାକୁ ଅସ୍ତ୍ର କରି ରାମଭକ୍ତଙ୍କୁ ଚୂନା ଲଗାଇବାକୁ ଫନ୍ଦି କରିଛନ୍ତି ସାଇବର ଲୁଟେରା ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, ଉତ୍ତରପ୍ରଦେଶ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ମନ୍ଦିର ନିର୍ମାଣ ପାଇଁ ହଜାର ହଜାର ଟଙ୍କା ଦାନ ମାଗୁଛନ୍ତି । ଏଥିସହ ଦାନ କରିଥିବା ଲୋକଙ୍କୁ ମନ୍ଦିର ନିର୍ମାଣ ସରିଲେ ଅଯୋଧ୍ୟାରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଯିବ ବୋଲି ପ୍ରଲୋଭନ ଦିଆଯାଉଛି ।

ତେବେ ଏସବୁ ଫର୍ଜି ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୌଣସି ବ୍ୟକ୍ତିବିଶେଷଙ୍କୁ ରାମ ମନ୍ଦିର ପାଇଁ ଦାନ ସଂଗ୍ରହ କରିବାକୁ ଅଧିକାର ଦିଆଯାଇନାହିଁ ବୋଲି ସ୍ପଷ୍ଟ କରିଛି VHP ।