• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ । ପ୍ରଥମ ସକାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଝାଡଖଣ୍ଡର ଜାମସେଦପୁରରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ପିକନିକ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ କାରଟି ଏକ ଡିଭାଇଡରରେ ଧକ୍କା ହୋଇଥିଲା । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ମୃତକ ଷଢ଼େଇଁତଳା ଖରସୁଆଁ ଗ୍ରାମର ହୋଇଥିବା ସୂଚନା । ଏନେଇ ଜାମସେଦପୁର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।